ସୀମାରେ ଗୁଳିମାଡ଼ କଲା ପାକିସ୍ତାନ, ଦୃଢ଼ ଜବାବ ଦେଲା ଭାରତ

add-all

କିଛି ଦିନର ବ୍ୟବଧାନ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ସୀମାରେ ମୁତୟନ ହୋଇଥିବା ବିଏସ୍‌ଏଫ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳି ମାଡ଼ରେ ଭାରତର କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ।

ସେନା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ରେଞ୍ଜର୍ସଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏହାର ଜବାବ ମଧ୍ୟ ବିଏସ୍‌ଏଫ ଯବାନଙ୍କ ପକ୍ଷରୁ ଦିଆଯାଇଥିଲା। ସନ୍ଧ୍ୟା ୫.୫୦ରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଦୀର୍ଘ ୨୦ ମିନିଟ ଧରି ଚାଲିଥିଲା। ଏବେ ପରିସ୍ଥିତି ସ୍ୱାଭାବିକ ଥିବା ସେନା ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.