ବିଧାୟକ ଘରେ ପଶିବା ମହାଙ୍ଗା ପଡ଼ିଲା ସଂଯୁକ୍ତା ଙ୍କୁ, ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ସଂଯୁକ୍ତା ଗିରଫ …?

add-all


ବ୍ରହ୍ମପୁର: ୧୪-୨ ଆଜି ପୋଲସରା ବିଧାୟକ ଙ୍କ ଘରେ ଜୋର ଜବରଦସ୍ତ ଘରେ ପଶିଥିବା ସଂଯୁକ୍ତା ଙ୍କୁ ଶେଷରେ ପୋଲିସ ଗିରଫ କରିଛି।ବିଧାୟକ ଙ୍କ ସହ ଦୀର୍ଘ ଦିନ ଧରି ସଂଯୁକ୍ତା ଙ୍କ ତିକ୍ତତା ଲାଗିରହିଛି। ପୋଲସରା ସ୍ଥିତ ବିଧାୟକଙ୍କ ଗୃହକୁ ସଂଯୁକ୍ତା ଜୋର ଜବରଦସ୍ତ ପଶିଥିବା ନେଇ ଚର୍ଚ୍ଚା ଦିନ ତମାମ ଲାଗିରହିଥିଲା। ଶେଷରେ ପୋଲିସ ଅପରାହ୍ନ ରେ ସଂଯୁକ୍ତା ଙ୍କୁ କେଉଁଆଡ଼େ ନେଇ ଚାଲିଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଖବର ପ୍ରଥମେ ନିସର୍ତ୍ତ ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପୂର୍ବରୁ ସଂଯୁକ୍ତା ଙ୍କ ଖୋଜ ଖବର ନଥିଲା ମିଡ଼ିଆ ପାଖରେ। ବର୍ତ୍ତମାନ ସଂଯୁକ୍ତା ଙ୍କୁ ପୋଲିସ ଗିରଫ କରିଥିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଲା ଖୋଦ ସଂଯୁକ୍ତା ଗଣମାଧ୍ୟମ ଆଗରେ କହିଛନ୍ତି ମୋତେ ପୋଲିସ ମିଛ କେଶ ରେ ଜେଲ ପଠାଇଛି । ସେ କହିଛନ୍ତି ଦୀର୍ଘ ଦିନର ସମ୍ପର୍କ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ସହିତ ରହି ଆସିଛି ଏବଂ ସେ ତାଙ୍କୁ ବାହା ବି ହୋଇଥିବା କହିଛନ୍ତି, ବାରମ୍ବାର ମୋତେ ଦୂରେଇବାରୁ ମୁଁ ବାଧ୍ୟ ହୋଇ ଆଜି ବିଧାୟକ ଙ୍କ ଘରେ ପଶିଥିଲି ନିଜ ଅଧିକାର ସାବ୍ୟସ୍ତ କରିବାକୁ କିନ୍ତୁ ପୋଲିସ ମୋତେ ନ୍ୟାୟ ଦେବା ବଦଳ ରେ ମୋତେ ମିଛ କେଶ ରେ ଜେଲ ପଠାଇଛି l ଏଠାରେ ସୂଚନା ଥାଉକି ବିଧାୟକ ଶ୍ରୀକାନ୍ତ ସାହୁ ଓ ସଂଯୁକ୍ତା ଙ୍କ ଅଡିଓ କଥା ବାର୍ତ୍ତା ସୋସିଆଲ ମିଡ଼ିଆ ରେ ଭାଇରଲ ମଧ୍ୟ ହୋଇଥିଲା, ଅନେକ ଦିନର ବ୍ୟବଧାନ ପରେ ସଂଯୁକ୍ତା ଆଜି କାହିଁକି ଏହି ପଦକ୍ଷେପ ନେଲେ ତାହା ସନ୍ଦେହ ବଳୟ କୁ ଆସୁଛି ଗୋଟିଏ ପଟେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗସ୍ତ ଅନ୍ୟ ଦିଗକୁ ଦେଖିଲେ ଆଜି ପ୍ରେମ ଦିବସ ତେଣୁ ସଂଯୁକ୍ତା ବିଧାୟକ ଙ୍କ ଭାବ ମୂର୍ତ୍ତି କୁ ଠେସ ଦେବାକୁ ଏହି ପଦ କ୍ଷେପ ନେଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି l ପୋଲିସ ଅନୁସନ୍ଧାନ ଜାରି ରଖିଛି ଏହି ଘଟଣା ପଛରେ କିଏ ସେ ଖଳ ନାୟକ ଏବଂ କାହା ଭରଷା ରେ ସଂଯୁକ୍ତା ଏହି ପଦକ୍ଷେପ ନେଲେ ତାହାବି ଅନୁସନ୍ଧାନ ସାଫେକ୍ଷ l ଆଗକୁ ସାଧାରଣ ନିର୍ବାଚନ ବର୍ତ୍ତମାନ ଅଡୁଆ ରେ ବିଧାୟକ ଶ୍ରୀକାନ୍ତ ସାହୁ…

ad-week
Leave A Reply

Your email address will not be published.