ମାତୃପିତୃ ପୂଜନ ଦିବସ ପାଳିତ

add-all

ଫୁଲବାଣୀ : ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୂକୁଲ୍ୟରେ, ଫୁଲବାଣୀ ହାଟପଦା,ଠାରେ ଥିବା ଶ୍ରୀ ମା ନାରାୟଣୀଙ୍କ ଠାକୁରାଣୀ ଯାତ୍ରା ପଡିଆ ସଭାଗୃହ ମଧ୍ୟରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଥିଲା । ସହରର ବହୁ ପିତାମାତା ଅଭିଭାବକ, ଅଜା,ଆଇ , ଜେଜେ ଜେଜେମା ସେମାନଙ୍କ ସନ୍ତାନ ମାନଙ୍କ ସହ ସମବେତ ହୋଇ ଥିଲେ ନିଜ ନିଜ ସନ୍ତାନ ମାନଙ୍କୁ ଆଶୀର୍ବାଦ ଦେଇସେମାନଙ୍କ ପୂଜା ଅର୍ଘ ଗ୍ରହଣ କରିଥିଲେ ।ପ୍ରାରମ୍ଭରେ ବରିଷ୍ଠ ନାଗରିକ ସଂଘ ସଭାପତି କମଳା କାନ୍ତ ପାଣ୍ଡେ ଉଘାଟକ ଭାଷଣରେ ସମାଜରେ ବର୍ତ୍ତମାନ ପରିବର୍ତ୍ତୀତ ନୀତି ଶିକ୍ଷା , ଶିକ୍ଷା ସଂସ୍କାର ତଥା ଶିଷ୍ଟାଚାର ଦୁରେଇ ଯାଇଛି । ପିତା ମାତା ମାନେ ନିଜ ନିଜ ସନ୍ତାନ ମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ସହ ସତଶିକ୍ଷା ସଦ୍ ମାର୍ଗ ଓ ଶିଷ୍ଟାଚାର ଶିକ୍ଷା ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ବରିଷ୍ଠ ନାଗରିକ ସଂଘର ସମ୍ଫାଦକ ପ୍ରଣବ କୁମାର ମଣ୍ଡଳ ନିଜ ବ୍ୟକ୍ତବ୍ୟରେ ସମାଜର ପାରିବାରିକ ପରିବର୍ତ୍ତନ ପାଇଁ ସଦ ଶିକ୍ଷା ଓ ଶିଷ୍ଟାଚାର ଦୂରେଇ ଯାଇଛି । ବରିଷ୍ଠ ପିତା ମାତା ମାନେ ଶେଷ ସମୟରେ ବୃଦ୍ଧାଶ୍ରମ ଉପରେ ନିର୍ଭର କରୁଛନ୍ତି ।ତେଣୁ ନିଜ ସନ୍ତାନ ଙ୍କୁ ଅଭିଭାବକ ମାନେ ଉଚିତ ଶିକ୍ଷା ବ୍ୟବସ୍ଥା କରିବା ଉପରେ ଦୃଷ୍ଟି ଦେବାକୁ ମତ ଦେଇଥିଲେ । ବରିଷ୍ଠ ନାଗରିକ ଶିକ୍ଷାବିତ ନବ କିଶୋର ରଥ ,ଉପସ୍ଥିତ ଛୋଟ ଛୋଟ ପିଲା ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ର ଛାତ୍ରୀ ଓ କୋମଳମତି ପିଲା ମାନଙ୍କୁ ସଚେତନ ନାଗରିକ ହେବାକୁ ସୁନ୍ଦର ଭାବରେ ପରାମର୍ଶ ଦେଇଥିଲେ l ବରିଷ୍ଠ ନାଗରିକ ବଂଶୀ ଧର ପଣ୍ଡା , ଅଭିଭାବକ ମାନଙ୍କୁ ଯୁଗ ଉପଯୋଗୀ ଶିକ୍ଷା ଓ ସହନଶୀଳତା ଶିଷ୍ଟାଚାର ଶିକ୍ଷା ,ନିଜ ସନ୍ତାନ ମାନଙ୍କୁ ଦେବା ଉପରେ ପରାମର୍ଶ ଦେଇଥିଲେ ।ବରିଷ୍ଠ ନାଗରିକ ଅମୟ କୁମାର ପଟ୍ଟନାୟକ ,କୃଷ୍ଣ ଚନ୍ଦ୍ର ମିଶ୍ର , ନାରାୟଣ ସାହୁ, ବିକାଶ ମହାନ୍ତି ,ପ୍ରମୋଦ ସାହୁ ,ସୁବାଷ ବେହେରା ପ୍ରମୁଖ ଉପସ୍ଥିତ ରହି , ମାତୃପିତୃ ପୂଜନ ଦିବସକୁ ସଫଳ କରିଥିଲେ ।

ad-week
Leave A Reply

Your email address will not be published.