ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟସ୍ତରରେ ମାଲକାନଗିରି ଜିଲ୍ଲା ପୁରସ୍କୃତ

add-all

ମାଲକାନଗିରି : ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଉତ୍କୃଷ୍ଟତା ପ୍ରଦର୍ଶନ କରି ଆସିଛି । ଉତ୍କୃଷ୍ଟ ସ୍ବାସ୍ଥ୍ୟ ପ୍ରଦାନ ନିମନ୍ତେ ଆଜି ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ବରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନଙ୍କୁ ୫ଟି ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପୁରସ୍କାର’ ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏସଡିଏଚ ଚିତ୍ରକୋଣ୍ଡାକୁ ୨୦୨୨-୨୩ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଫୁଲ୍ଲ ନନ୍ଦ, ଡେପୁଟି ନର୍ସିଂ ସୁପେରିଟେଣ୍ଡେଣ୍ଟ, ରୁକ୍ମଣୀ ନାୟକ ଓ ହସପିଟାଲ ମ୍ୟାନେଜର, ଶଶାଙ୍କ ଶେଖର ପଣ୍ଡିତ୍ରା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚିତ୍ରକୋଣ୍ଡା ଏସଡିଏଚ ପାଇଁ ସୁପେରିଟେଣ୍ଡେଣ୍ଟ, କ୍ଷୀରୋଦ ଚନ୍ଦ୍ର ମହନ୍ତ, ରାଜେନ୍ଦ୍ର କୁମାର ଦାସ ଓ ସନ୍ତୋଷୀ ସାହା ପୁରସ୍କାର ଗ୍ରହଣ କରିଛନ୍ତି।
ସେହିପରି ୨୦୨୦-୨୧ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଲକାନଗିରିକୁ ଏହା ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ମେଡିକାଲ ଅଧିକାରୀ ଡ଼ା ଶିବ ପ୍ରସାଦ ମହାରଣା, ବିଏଏମ, ଡିଏଚଏଚ, ମନୋଜ ନାୟକ ଓ ଆସିଷ୍ଟାଣ୍ଟ ମ୍ୟାନେଜର, କ୍ୱାଲିଟି ଆସୁରାନ୍ସ, ସଚିନ ଦେବ ଗୌଡ ପୁରସ୍କାରଟିକୁ ଗ୍ରହଣ କରିଛନ୍ତି। ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କୁଡୁମୁଲୁଗୁମ୍ମା ସିଏଚସିକୁ ଏହି ପୁରସ୍କାର ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ଡିଏମଓ ଏମଏସ ଡ଼ା ଅନିଲ କୁମାର ମିଶ୍ର, ପ୍ରଣବ କିଶୋର ପାଣିଗ୍ରାହୀ ଓ ଅଙ୍କିତ ଜୈନ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି କୁଡୁମୁଲୁଗୁମ୍ମା ସିଏଚସି ପାଇଁ ମେଡିକାଲ ଅଧିକାରୀ, ଡ଼ା ମହେଶ ପ୍ରସାଦ ପତି, ଡ଼ା ସନ୍ତୋଷ ଷଡ଼ଙ୍ଗୀ ଓ ସଞ୍ଜୟ କୁମାର ପୃଷ୍ଟି ପୁରସ୍କାର ଗ୍ରହଣ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆଇସିୟୁ ସ୍ପେୟାଲିଷ୍ଟ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ କୋଭିଡ ସମୟରେ ଉତ୍କୃଷ୍ଟ କାର୍ଯ୍ୟ ସମ୍ପାଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଫଳତାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସଚିନ ପାୱାର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ
ଏହି ପୁରସ୍କାର ସମସ୍ତ ସ୍ୱାସ୍ଥ୍ୟସେବୀମାନଙ୍କୁ ନିଷ୍ଠାପର ଭାବରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରେରଣା ଯୋଗାଇବ I

ad-week
Leave A Reply

Your email address will not be published.