୨୨ ଯାଏ ଜେଲ ହାଜତକୁ ଗଲେ ହେମନ୍ତ ସୋରେନ

add-all

ରାଞ୍ଚି : ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ୨୨ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ରହିବେ।
ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ଅବଧି ଆଜି ଶେଷ ହେଉଥିବାରୁ ତାଙ୍କୁ ଇଡି କୋର୍ଟରେ ହାଜର କରାଇଥିଲା। ତଦନ୍ତକାରୀ ସଂସ୍ଥା ଆଉ ରିମାଣ୍ଡ ପାଇଁ ଆବେଦନ କରି ନଥିବାରୁ କୋର୍ଟ ହେମନ୍ତ ସୋରେନଙ୍କୁ ୨୨ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ଜେଲକୁ ନିଆଯାଇଛି।
ଜଣେ ଓକିଲ କହିଛନ୍ତି, ଇଡି ହେମନ୍ତ ସୋରେନଙ୍କୁ ହାଜର କରିବା ପରେ ମାତ୍ର ୨୦ ମିନିଟ ମଧ୍ୟରେ ଶୁଣାଣି ଶେଷ ହୋଇଥିଲା। କୋର୍ଟ ଶୁଣାଣି କରି ତାଙ୍କୁ ୨୨ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ବରିଷ୍ଠ ଆଇନଜୀବୀ ତଥା ଝାରଖଣ୍ଡର ଏଜି ରଜୀବନ ରଞ୍ଜନ କହିଛନ୍ତି ଯେ ସେ ସୋରେନଙ୍କ ଜାମିନ ପାଇଁ ଖୁବଶୀଘ୍ର ଆବେଦନ କରିବେ। ରାଜୀବ କହିଛନ୍ତି, “ଇଡି ପକ୍ଷରୁ ଆଉ କୌଣସି ପ୍ରକାରର ଆବେଦନ କରାଯାଇ ନାହିଁ। ତେଣୁ ଆମେ ଖୁବଶୀଘ୍ର ହେମନ୍ତ ସୋରେନଙ୍କ ଜାମିନ ପାଇଁ ପିଟିସନ ଦାଖଲ କରିବୁ।”
ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଏହାପରେ ସେ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ। ଜେଲରେ ଗୋଟିଏ ଦିନ ରହିବା ପରେ ଇଡି ତାଙ୍କୁ ଦୁଇଟି ଦଫାରେ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ତ ଅବଧି ଶେଷ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.