ସେଲଫି ପାଇଁ ଖୁଆଡ଼ରେ ପଶିଥିଲେ ଯୁବକ, ଘୋଷାଡ଼ି ନେଲା ସିଂହ

add-all

ହାଇଦ୍ରାବାଦ : ସେଲଫି ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେ ସେଲଫି ପାଇଁ ସିଂହ ଖୁଆଡ଼ରେ ପଶି ଜୀବନ ହରାଇଛନ୍ତି। ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କୁ ଘୋଷାଡ଼ି ନେଇ ଖିନଭିନ କରି ମାରି ଦେଇଛି। ଆନ୍ଧ୍ର ପ୍ରଦେଶର ତିରୁପତିରେ ଥିବା ଗୋଟିଏ ଚିଡ଼ିଆଖାନାରେ ଏଭଳି ଘଟଣା ଘଟିଛି।
ଗୁରୁବାର ଯୁବକ ଜଣଙ୍କ ଶ୍ରୀ ଭେଙ୍କଟଶ୍ୱର ଜୁଲୋଜିକାଲ ପାର୍କକୁ ବୁଲିବାକୁ ଯାଇଥିଲେ। ଚିଡ଼ିଆଖାନାର ନିୟମ ହେଲା କେହି ବି ପଶୁଜନ୍ତୁଙ୍କୁ ହଇରାଣ କରିବେ ନାହିଁ କିମ୍ବା ଖୁଆଡ଼ରେ ପ୍ରବେଶ କରିବେ ନାହିଁ। କିନ୍ତୁ ଯୁବକ ଜଣଙ୍କ ସବୁ ନିୟମକୁ ଉଲ୍ଲଙ୍ଘନ କରି ସିଂହ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ।
ସେ ସେଠାରେ ସିଂହ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କ ଆଡ଼କୁ ଡିଆଁ ମାରିଥିଲା। ଯୁବକ ଜଣଙ୍କ ସିଂହ ଆକ୍ରମଣରୁ ବର୍ତ୍ତିବା ପାଇଁ ନିକଟରେ ଥିବା ଗଛରେ ଚଢ଼ି ଯାଇଥିଲେ। କିନ୍ତୁ ସିଂହଟି ସେଠାରୁ ତାଙ୍କୁ ଘୋଷାଡ଼ୀ ଆଣିଥିଲା। ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା।
ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୋଟିଏ ମାମଲା ରୁଜୁ କରିଛି। ସେହିପରି ଖୁଆଡ଼ରେ ବୁଲୁଥିବା ମଣିଷ ଖିଆ ସିଂହକୁ ପିଞ୍ଜରାରେ ଭର୍ତ୍ତି କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

ad-week
Leave A Reply

Your email address will not be published.