ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

add-all

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଏମ୍‌ଟେକ୍‌ ଛାତ୍ରଙ୍କ ମୃତଦେହ ତାଙ୍କ ହୋଟେଲ୍‌ ରୁମ୍‌ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଛାତ୍ର ସଞ୍ଜୟ ନରକର (୨୪)ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଫୋନ କରୁଥିଲେ, କିନ୍ତୁ ସେ କୌଣସି ଉତ୍ତର ଦେଉନଥିଲେ। ଏଭଳି ପରିସ୍ଥିତିରେ ପରିବାର ହଷ୍ଟେଲରେ ରହୁଥିବା ତାଙ୍କ ସାଙ୍ଗମାନଙ୍କୁ ସଞ୍ଜୟ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ। ସାଙ୍ଗମାନେ ଯେତେବେଳେ ସଞ୍ଜୟଙ୍କ ରୁମ୍‌କୁ ଗଲେ ତ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ସଞ୍ଜୟ ଦ୍ରୋଣାଚାର୍ଯ୍ୟ ହଷ୍ଟେଲର ରୁମ୍ ନମ୍ବର ୭୫୭ରେ ରହୁଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି, “ସେ ମହାରାଷ୍ଟ୍ରର ନାଶିକର ମୂଳ ବାସିନ୍ଦା ଥିଲେ। ଗୁରୁବାର ରାତିରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଫୋନ କରିଥିଲେ। ଯେତେବେଳେ ସେ ଫୋନର ଉତ୍ତର ଦେଇନଥିଲେ, ପରିବାର ସଦସ୍ୟ ତାଙ୍କ ହଷ୍ଟେଲ ସାଥୀମାନଙ୍କୁ ଯାଞ୍ଚ୍‌ କରିବାକୁ କହିଥିଲେ। ସାଙ୍ଗମାନେ ଯାଇ ଦେଖିଲେ ତ ସଞ୍ଜୟଙ୍କ ରୁମ୍‌ ଭିତରୁ ବନ୍ଦ୍‌ ଥିଲା। ସେମାନେ ତା’ପରେ ହଷ୍ଟେଲ ଗାର୍ଡଙ୍କୁ ଜଣାଇଲେ। ସେ ଆସି କବାଟ ଭାଙ୍ଗିବାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।’’

ad-week
Leave A Reply

Your email address will not be published.