ପୁଣିଥରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

add-all

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ସେତିକି ଶାଣିତ ହେବାରେ ଲାଗିଛି। ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ କଂଗ୍ରେସ ଉପରେ ହମଲା ଆରମ୍ଭ କରିଦେଇଛନ୍ତି।

ଏହିକ୍ରମରେ ଆଜି ପୁଣିଥରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଏବେ ପ୍ରିୟାପ୍ରୀତି ତୋଷଣ ଓ ବଂଶବାଦ ରାଜନୀତିର ଚକ୍ରରେ ଫସି ରହିଛି। ଏଥିପାଇଁ ନେତାମାନେ କଂଗ୍ରେସ ଛାଡ଼ୁଥିବା ମୋଦି ଅଭିଯୋଗ କରିଛନ୍ତି।

ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ଭିସି ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କଂଗ୍ରେସର କେବଳ ଗୋଟିଏ ଏଜେଣ୍ଡା। ସେଇଟା ହେଲା ଆଣ୍ଟି ମୋଦି। ସେମାନେ ମୋଦି ବିରୋଧରେ ଏମିତି କିଛି କଥାର ପ୍ରଚାର କରୁଛନ୍ତି, ଯାହା ସମାଜକୁ ଭାଗଭାଗ କରୁଛି।

ପ୍ରିୟାପ୍ରୀତି ତୋଷଣ ଓ ବଂଶବାଦ ରାଜନୀତିର ଚକ୍ରରେ ଫସି ରହିଥିବା ଗୋଟିଏ ଦଳ କ୍ଷେତ୍ରରେ ହିଁ ଏପରି ଘଟେ। ଆଜିକା ଦିନକରେ ସମସ୍ତେ କଂଗ୍ରେସ ଛାଡ଼ୁଛନ୍ତି ଓ କେବଳ ଗୋଟିଏ ପରିବାରକୁ ସେଠାରେ ଦେଖିବାକୁ ମିଳୁଛି।

ସକାରାତ୍ମକ ନୀତି ପ୍ରଣୟନ କରିବାରେ କଂଗ୍ରେସ ପାଖରେ ଦୂରଦୃଷ୍ଟିର ଅଭାବ ରହିଛି। ଏହା ହିଁ କଂଗ୍ରେସର ସବୁଠାରୁ ବଡ଼ ସମସ୍ୟା। କଂଗ୍ରେସ କେବଳ ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିପାରିବ ନାହିଁ କି ଦଳ ପାଖରେ କୌଣସି ରୋଡ ମ୍ୟାପ ନାହିଁ।”

ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାରଙ୍କ ସଫଳତା ଓ ଯୋଜନା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଭାରତକୁ ଗୋଟିଏ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କ ସରକାରର ମୂଳ ଲକ୍ଷ୍ୟ। ସରକାର ଯୁବଗୋଷ୍ଠୀ, ମହିଳା, କୃଷକ ଓ ଗରିବଙ୍କ ବିକାଶ ଉପରେ ଫୋକସ କରୁଛନ୍ତି ବୋଲି ମୋଦି କହିଛନ୍ତି।

ad-week
Leave A Reply

Your email address will not be published.