
ଉମରକୋଟ : ସ୍ୱଚ୍ଛଭାରତ ଅଭିଯାନରେ ସରକାର ବିଭିନ କାର୍ଯକ୍ରମ ମାଧ୍ୟମ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ଜନତାଙ୍କୁ ସଚେତେନ କରୁଛନ୍ତି, କିନ୍ତୁ ବଡ଼ ଦୁଃଖ୍ୟର ବିଷୟ ନା ଜନତା ସଚେତନ ହେଉଛନ୍ତି, ନା ପୌରପରିଷଦ ସ୍ୱଚ୍ଛଭାରତ ଅଭିଯାନକୁ ଭୃକ୍ଷେପ କରୁଛନ୍ତି | ସୂଚନା ପ୍ରକାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପୌରପରିଷଦର ୮ନଂ ୱାର୍ଡ ରୋଡର ଦୁଇ ପାର୍ସରେ ସପ୍ତା ସପ୍ତା ଧରି ଗଦା ଗଦା ହୋଇ ଅଳିଆ ଆବର୍ଜନା ପରିକି ରହିଛି | ଏହି ମଇଳା ଆବର୍ଜନା ଇଆରେ ସେଆରେ ନାହିଁ ସିଧା ମାଁ ସନ୍ତୋଷୀ ମନ୍ଦିର ସମ୍ମୁଖରେ, ଏ ବିଷୟରେ ପୌରପରିଷଦକୁ ୮ନଂ ୱାର୍ଡ ଲୋକ ମାନେ ବାରମ୍ବାର ଜଣାଇବା ସତ୍ୟେ ପୌର ପରିଷଦ କୌଣସି ପଦକ୍ଷେପ ନେଉ ନାହାନ୍ତି | ଯାହା ଫଳରେ ମଇଳା ଆବର୍ଜନାର ଦୁର୍ଗନ୍ଧରେ ପାର୍ସବର୍ତ୍ତୀ ଲୋକମାନକୁ ବହୁତ ଅସୁବିଧା ହେବା ସହ ବିଭିନ୍ନ ରୋଗ ଗ୍ରସ୍ତ ହେବାକୁ ପଡ଼ୁଛି | ତୁରନ୍ତ ପୌର ପରିଷଦ ଏଦିଗରେ ଧ୍ୟାନ ନ ଦେଲେ ଆଗାମୀ ନିର୍ବାଚନରେ ସାଧାରଣ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି |