ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମରେ ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେପିଏଫର ସଭାପତି, ସାମ୍ବାଦିକ ତଥା ପ୍ରତିଷ୍ଠାତା ରାଧା ମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳିବା ସ୍ୱାସ୍ଥ୍ୟ ପକ୍ଷେ ଭଲ l ଖେଳକୁ ଖେଳୁଆଡ ମନୋଭାବ ନେଇ ଖେଳିବା ଉଚିତ ଖେଳରେ ହାରିବା ଜିତିବା ଲାଗି ରହିଥାଏ l ଖେଳରେ ହାରିଲେ ଜିତିବା ପାଇଁ ପ୍ରେରଣା ମିଳିଥାଏ l ତେଣୁ ଖେଳରେ ହାରିଲେ ଦୁଃଖ ନକରି ପୁଣି ଥରେ ଜିତିବା ପାଇଁ ଚେଷ୍ଟା କରିବା ଗୋଟେ ଉତମ ଖେଳାଳିର ପରିଚୟ ମିଳିଥାଏ ବୋଲି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଭଲ ପ୍ରଦର୍ଶନ କରି ଜିଲ୍ଲାର ନା ରଖିବା ପାଇଁ ପରାମର୍ଶ ଦେଇଥିଲେ l ସମୁଦାୟ ୧୬ ଟି ଦଳ
ଅଂଶ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ ଫାଇନାଲ ମ୍ୟାଚରେ ବିଶିପଡା ଇଲେଭେନ ଏବଂ ଏ ଡି କେଟେଡ଼ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଶିପଡା ଇଲେଭେନ ଚାମ୍ପିୟନ ହୋଇଥିଲା l ଚାମ୍ପିଆନ୍ ଦଳକୁ ୧୬ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇ ଥିବା ବେଳେ ଏଡିକେଟେଡ଼
ଫୁଲବାଣୀ ରନର୍ସଅପ୍ ଦଳକୁ ୧୨ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା l

ad-week
Leave A Reply

Your email address will not be published.