ଆସିକା ରେ ଗରିବ ଙ୍କ ଚାଉଳ ମଧ୍ୟ ଓଜନରେ ଠକେଇ……!

add-all

ଅଧିକାରୀ ଙ୍କ ଯୋଗୁଁ ସରକାର ବଦନାମ….
ବ୍ରହ୍ମପୁର : ୧୬-୨ ଆସିକା ଅଞ୍ଚଳ ରେ ଦୀର୍ଘ ଦିନ ହେଲା ବହୁ ହିତାଧିକାରୀ ଙ୍କୁ ସରକାର ଯୋଗାଉଥିବା ଚାଉଳ ରେ ଓଜନ ରେ ଠକେଇ ହେଉଥିବା ନେଇ ହିତାଧିକାରୀ ଅଭିଯୋଗ କରୁଛନ୍ତି।ବିଭିନ୍ନ ଆଳ ଦେଖାଇ କେତେକ ଡ଼ିଲେର ଅଖା ପାଇଁ ତିରିଶି ଟଙ୍କା ଦାବୀ କରୁଥିବା ଅଭିଯୋଗ ମଧ୍ୟ ହେଉଛି। ଲୋକଙ୍କୁ ଚାଉଳ ନେବାକୁ ବାରମ୍ବାର ଡିଲେର ମାନଙ୍କ ପାଖକୁ ଦୌଡିବାକୁ ପଡୁଛି। କେତେକ ଡିଲେର ଡ଼ାବା ରେ ଚାଉଳ ନେବାକୁ ହିତାଧିକାରୀ ଙ୍କୁ ବାଧ୍ୟ କରୁଛନ୍ତି। ଡିଲେର ଅଧିକାରୀ ଙ୍କ ସଲା ସୁତୁରା ଯୋଗୁଁ ସରକାର ଦେଉଥିବା ଚାଉଳ ବାଟ ମାରଣା ହେଉଥିବା ରୀତିମତ ଅଭିଯୋଗ ହେଉଛି। ଏପଟେ ଯୋଗାଣ ଅଧିକାରୀ ଅଫିସ ରେ ଅନୁପସ୍ଥିତ ରହିବା ଫୋନ ଯୋଗେ ଯୋଗାଯୋଗ କରିଲେ ବାବୁ କହୁଛନ୍ତି, ଆମ ପାଖରେ ଓଜନ ଠକେଇ ଅଭିଯୋଗ ହେଲେ ତଦନ୍ତ କରିବା ବୋଲି କଥାକୁ ହାଲୁକା ଭାବେ ନେଇଛନ୍ତି। ଆସିକା ରେ ଥିବା ଦାୟିତ୍ୱ ବାନ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନେ କେବେ ବି ଚାଉଳ ବଣ୍ଟନ ବେଳେ ତଦାରଖ କରିବାକୁ ଯାଉନଥିବା ଯୋଗୁଁ ଲୋକେ ପାଇବାକୁ ଥିବା ହକ ଚାଉଳ ନେବାରୁ ବଞ୍ଚିତ ହେଉଛନ୍ତି, ବୋଲି ଚର୍ଚ୍ଚା ହେଉଛି। ଆସିକା ରେ ଦୀର୍ଘ ଦିନ ହେଲା ଦକ୍ଷ ଅଧିକାରୀ ମାନଙ୍କୁ ନିଯୁକ୍ତି ନଦେବା ଫଳରେ ବହୁ ସରକାରୀ କାର୍ଯ୍ୟଳୟ ଏବେ ଭଗବାନ ଭରସାରେ ଚାଲିଥିବା ନେଇ ଚର୍ଚ୍ଚା ହେଲାଣି।ଏଠାରେ କାମ କମ ରାଜନୀତି ବେଶି ହେଉଥିବା ଫଳରେ ଲୋକେ ଭଗ୍ୟକୁ ଆଦରି ଚୁପଚାପ ରହୁଥିବା ଦେଖିବାକୁ ମୁଳୁଛି।

ad-week
Leave A Reply

Your email address will not be published.