ସେବା ସମବାୟ ସମିତିରେ ମହାଘୋଟାଲା,କାର୍ଯ୍ୟାନୁଷ୍ଠାନ ଦାବିରେ ବୋର୍ଡ ସଭ୍ୟ /ସଭ୍ୟା ଦେଲେ ଧାରଣା ।

ରାଜନଗର : ଦୈନିକ ଖଵର କାଗଜ ପୃଷ୍ଠା ଲେଉଟାଇଲେ ଦେଖିବାକୁ ମିଳୁଛି ରାଜ୍ୟରେ କୃଷି ସମଵାୟ ସମିତିରେ ଦୁର୍ନୀତିର ଚେର ଵହୁ ଗଭିରକୁ ଯାଇଛି। ଏଥିରେ ରାଜନେତା ଓ ଅଧିକାରୀଙ୍କ ଅନୁକମ୍ପାରୁ ସମଵାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାପ୍ ପାଇଯାଉଥିବା ଵେଳେ ବୋର୍ଡର ସଭାପତି ଅନୀୟମିତ ରାଜ ଚଳାଇଛନ୍ତି ଵୋଲି ଅଭିଯୋଗ ହେଉଛି ।ଏପରି ଏକ ଅନୀୟମିତ କାର୍ଯ୍ୟ ପରିଲକ୍ଷିତ ହେଉଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ବଡନାଉକଣା କୃଷି ସେଵା ସମବାୟ ସମିତି କାର୍ଯ୍ୟାଳୟରେ। କାର୍ଯ୍ୟାନୁଷ୍ଠାନ ଦାବୀ କରି ଗତ କାଲି ଠାରୁ ସେବା ସମବାୟ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରତ ରହିଵେ ଵୋଲି ଧାରଣାରେ ବସିଥିବା ବୋର୍ଡମେମ୍ବର ମାନେ ମତ ପ୍ରକାଶ କରିଛନ୍ତି।ବୋର୍ଡ ମେମ୍ବର ମାନଙ୍କ ଧାରଣା ସ୍ଥଳକୁ ଵରିଷ୍ଠ ରାଜନେତା ଶ୍ରୀ ଦେଵେନ୍ଦ୍ର କୁମାର ଜେନା ଧାରଣାକାରୀଙ୍କୁ ସାକ୍ଷାତ କରି ପ୍ରତିକାର ପାଇଁ ଵିଭାଗିୟ ଉଚ୍ଚକର୍ତୁପକ୍ଷକଙ୍କ ସହ ଫୋନରେ ସୂଚନା ଦେଇ କହିଛନ୍ତି। ଏହି ସୋସାଇଟିର ଵର୍ଷ ବର୍ଷ ଧରି ବୋର୍ଡ ମିଟିଂ ହୁଏ ନାହିଁ, ଅନୀୟମିତ ଭାବେ ଏଠାରେ ସଭାପତି ଓ ସମ୍ପାଦକଙ୍କ ସଲାସତୁରାରେ ବେନୀୟମ କର୍ମଚାରୀ ନିଯୁକ୍ତି ହେଉଛନ୍ତି, ତାହା ଵୋର୍ଡ ମେମ୍ବର ମାନଙ୍କ ଅଜଣାତରେ ଏହି ପରି ଅନୀୟମିତ କାର୍ଯ୍ୟ କରା ଯାଇଛି। ଡିଓ, ସମ୍ପାଦକ, ସହସମ୍ପାଦକ, ପିଇନ ଏମାନେ କେଉଁ ନିର୍ଦ୍ଦେଶ ବଳରେ ନିଯୁକ୍ତି ପାଇଛନ୍ତି, ଏଵଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ବୟସର ପ୍ରମାଣ ପତ୍ର ଯାଞ୍ଚ କରା ଯିବାକୁ ବୋର୍ଡମେମ୍ବର ମାନେ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ଏଠାକାର ବୋର୍ଡ ସଭାପତି ତାଙ୍କ ମର୍ସିରେ ସମ୍ପାଦକଙ୍କୁ ଧରି ଅନୀୟମିତ ଭାବେ ଏହି ସେଵା ସମଵାୟ ସମିତିର ସଭ୍ୟ କରିବା, ମନଇଛାରେ ରୂଣ ଦେଵା, ଏସଵୁକୁ ନିର୍ବାଚିତ ବୋର୍ଡ଼ ମେମ୍ବରଙ୍କୁ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେଉ ନାହାନ୍ତି। ଯାହା ଫଳରେ ଏନେଇ ଉଚ୍ଚକର୍ତୁପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଵୋର୍ଡ ମେମ୍ବର ଧାରଣାରେ ଵସି ଦୁଇଦିନ ହୋଇଥିଲେ ମଧ୍ୟ କର୍ତୁ ପକ୍ଷଙ୍କର ଏପର୍ଯ୍ୟନ୍ତ ପାଦ ପଡିନଥିବା ଏକ ଗର୍ହିତକର ବ୍ୟଵହାର ଵୋଲି ବାଟରେ ଘାଟରେ ଚର୍ଚ୍ଚା ଯୋର୍ ଧରିଛି। ଯେପର୍ଯ୍ୟନ୍ତ ଦାଵୀ ପୁରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିଵେ ଵୋଲି ଧାରଣାରତ ବୋର୍ଡମେମ୍ବର ଶ୍ରୀ କ୍ଷୀରୋଦ ମଲ୍ଲିକ, ପବିତ୍ର ନାୟକ, ରବିନ୍ଦ୍ର ପଢିହାରୀ, ଅଜୟ କୁମାର ସ୍ବାଇଁ, ସନାତନ ସ୍ବାଇଁ, ରବି ଵେହେରା, କୈଳାଶ ଚନ୍ଦ୍ର ପ୍ରତିହାରୀ, କାଳନ୍ଦୀ ମଲ୍ଲିକ୍, ଗୋକୁଳ ଚନ୍ଦ୍ର ପଢିହାରୀ, ଲୋକ ନାଥ ସ୍ବାଇଁ, ପ୍ରତୀମା ମଳିକ, ସେଵତୀ ବିଶ୍ବାଳ, ଜୟରାମ ଦାସ, ଭରତ ବିଶ୍ବାଳ, ବଲ୍ଲଭ ରାଉତ, ଗଦା ବାରିକ, ରଵୀ ସେଠି, ସୌଦାଗର ସାହୁ, ରମେଶ ଖଟୁଆ, ଵାସୁଦେଵ ରାଉତ, ପାରେଶ୍ଵର ସ୍ବାଇଁ, ନୃସିଂହ ପ୍ରଧାନ, ଵାସୁ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.