ମୁଖ୍ୟମନ୍ତ୍ରୀ ମକା ମିଶନ ତଥା କୃଷିବିଭାଗ ନିର୍ଦ୍ଦେଶକ, ଶଙ୍କର ମକା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ

add-all

ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ମଧ୍ୟରେ କୃଷକଙ୍କ ପାଇଁ କେତେ ଦୂର କଣ କରିଛନ୍ତି, ବା ଚାଷୀଙ୍କ ନିକଟରେ ସରକାରଙ୍କ ସୁଯଗ ସୁବିଧା ପହଞ୍ଚି ପାରୁଛି କି ନାହି ? ସୂଚନା ପ୍ରକାରେ ଆଜି ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌରପରିଷଦ, ଅନ୍ତରଗତ ୟୁ, ଭି, ନଂ ୪ ଦର୍ଗାଗୁଡ଼ା ଗ୍ରାମର ଚାଷୀ ବିକାଶ ଦାସଙ୍କ ମକା କ୍ଷେତ ରେ, ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯକ୍ରମ ରଖା ଯାଇଥିଲା,କାର୍ଯ୍ୟ କ୍ରମଟି ନିଉ ହୋପ, ଏବଂ ଲାଲ ସିଡ ତରଫରୁ ଶଙ୍କର ମକା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ କାର୍ଯକ୍ରମର ଆୟୋଜନ କରିଥିଲେ | ଏଥିରେ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ଡ଼ଃ ରାଜେଶ ଦାଶ, ଡ଼ଃ ବିମନରଞ୍ଜନ ବେହେରା, ଆର ଆର ଟି ଟି ଏସ ଏସ, ଓ ୟୁ ଏ ଟି, ଏବଂ ବିଧୁଭୂଷଣ ମହାକୁଳ, ଜିଲ୍ଲା କୃଷି ବିଭାଗ ଅଧିକାରୀ, ମନ୍ତ୍ରୀ,କୃଷି ବିଭାଗ ଯୋଜନା ବିଭାଗୀଓ ଅଧିକାରୀ ଯୋଗଦାନ କରି ଚାଷୀଙ୍କ ଶଙ୍କର ମକା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କ ସବୁ ପ୍ରକାର ସୁଯଗ ସୁବିଧା ପଚାରି ବୁଜିଥିଲେ ଏବଂ ଡ଼ଃ ବିମନରଞ୍ଜନ ବେହେରା ଚାଷୀଙ୍କ ଚାଷ ଉପରେ କେତେଦୂର ଜ୍ଞାନ ଅଛି ତାହା ତର୍ଜମା କରିଥିଲେ,ଆମ ନିସର୍ତ୍ତ ଖବରଦାତା ଶ୍ରୀ କେନାରାମ ବିଶ୍ୱାସ ସେଠାରେ ପହଞ୍ଚି କୃଷି ବିଭାଗର ଯୁଗ୍ମ ନିର୍ଦେଶଙ୍କ ସହିତ ବିଭିନ୍ନ ଆଲୋଚନା ରଖିଥିଲେ,ସେଥି ମଧ୍ୟରୁ ପ୍ରଥମ ହେଲା ଚାଷୀ ମାନଙ୍କୁ କୌଣସି ତାଲିମ ଦିଆ ଯାଉନାହିଁ, ଦ୍ୱିତୀୟ ହେଲା ସରକାରଙ୍କ ତରଫରୁ ମକା କିଣାଯାଉ ନାହିଁ, ଏହା ଫଳରେ ଚାଷୀ ଉନ୍ନତ ମାନର ଚାଷ କରିପାରୁ ନାହିଁ,କି ସଠିକ ଦରରେ ମକା ବିକ୍ରୟ କରିପାରୁ ନାହିଁ, ଏହି କଥା ଆଲୋଚନା ପରେ କୃଷି ବିଭାଗ ଯୁଗ୍ମ ନିର୍ଦେଶକ କହିଛନ୍ତି ଆସନ୍ତା ମାର୍ଚ୍ଚ ମାସରୁ ସବୁ ଅଞ୍ଚଳରେ ଗ୍ରୁପ କରି ଚାଷୀ ମାନଙ୍କୁ ତାଲିମ ଦିୟାଯିବ, ଏଠାକାର ମକା କିଣିବା ପାଇଁ ଭବାନୀ ପାଟଣା ମକା କିଣିବାର ବ୍ୟବସ୍ଥା କରା ଯାଇଅଛି, ଏହା ପରେ ଏ ଅଞ୍ଚଳ କଥା ଚିନ୍ତା କରାଯିବ,ଦେଖିବାକୁ ବାକି ରହିଲା କେବେ ଚାଷୀ ମାନଙ୍କୁ ତାଲିମ ଦିୟା ଯାଉଛି, ବା ମକା ମିଲ କରାଯାଉଛି | ଏହି କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ, ନିଉ ହୋପ ସୀଡ଼ସର ଟି ଏମ ଶ୍ରୀ ବରୁଣ ମଣ୍ଡଳ, ଏବଂଭଣ୍ଡାର ଘର ଏନ. ଜି. ଓ ଯୋଗଦାନକରି ସୁନ୍ଦର ଭାବରେ ଯୋଗଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା |

ad-week
Leave A Reply

Your email address will not be published.