ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବାହାଘର

add-all

ଫୁଲବାଣୀ : ବିଜେଡି-ବିଜେପି ମଧ୍ୟରେ ରହିଥିବା ପର୍ଦ୍ଦା ପଛର ସମ୍ପର୍କକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଗତ ଦିନରେ ରାଜ୍ୟସଭା ପାଇଁ ବଜେପି ପାର୍ଥି ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡ଼ିର ଖୋଲା ସମର୍ଥନ ଉଭୟ ଦଳ ମଧ୍ୟରେ ରହିଥିବା ଭିତିରିଆ ସମ୍ପର୍କର ପ୍ରମାଣ ବୋଲି କହିଛି କଂଗ୍ରେସ। ଉଭୟ ବଜେପି, ବିଜେଡି ନଜି ନିଜ ଦଳର ସୁବିଧା ପାଇଁ ଓଡ଼ିଶାର ଜନସାଧାରଣ ଙ୍କୁ ମିଛ କହି ଚାଲିଛନ୍ତି, କିନ୍ତୁ ଭିତରେ ଏକ ହୋଇ ରହିଛନ୍ତି। ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ସେମାନଙ୍କ ଏହି ଅଘୋଷିତ ସମ୍ପର୍କକୁ ପଦାରେ ପକେଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ ସଭାପତି ପ୍ରତିଭା କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏ ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ କଂଗ୍ରେସ କର୍ମୀ।କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ଘନ କୁମାର ଶବର,ପଛୁଆ ବର୍ଗ ଜିଲ୍ଲା ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ଦାସ, ପିସିସି ସଭ୍ୟ ସନ୍ତୋଷ ପଟ୍ଟନାୟକ, ପୂର୍ବତନ ଲୋକ ସଭା ଯୁବ କଂଗ୍ରେସ ସଭାପତି ପ୍ରଭାତ ବେହେରା, ନନ୍ଦ କିଶୋର ଦାସ ଏବଂ ସୋସିଆଲ ମିଡିଆ ସଂଯୋଜକ ଗୌର ଚରଣ ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.