ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘର ଆମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ଯେଉଁଠି ଅଧିକାଂଶ କନ୍ଧ ଜନଜାତିର ଲୋକ ବସବାସ କରି ଆସୁଛନ୍ତି। ସେହି କନ୍ଧ ଜନଜାତିର ଆରାଧ୍ଯ ଡିମ୍ବୁଲି ସାରମ୍ବୁଲୀ ଦେବୀ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। କନ୍ଧ ସମାଜର ବିଭିନ୍ନ ଜାନିଜାତରା, ଶୁଭକାର୍ଯ୍ୟର ଆରମ୍ଭ, ସଂସ୍କାର କାର୍ଯ୍ଯରେ ଉକ୍ତ ଦେବୀଙ୍କର ସ୍ମରଣ ଓ ପୂଜା କରାଯାଏ। ଆଜିର ସମୟରେ ମଧ୍ଯ ସମସ୍ତଙ୍କର ଘରେ ଶ୍ରଦ୍ଧା ଓ ପୂଜା ବଞ୍ଚିଛି। ଏହି କଥାକୁ ଲକ୍ଷ୍ଯ ରେ ରଖି ଚଳିତ ମାସ ୨୦/୨୧ତାରିଖରେ ଏକ ବିଶାଳ ଡିମ୍ବିରି ଯାତ୍ରାର ଆୟୋଜନ କରାଯାଉଛି ।ସେହିଦିନ ସାରା ଓଡିଶାରୁ କନ୍ଧ ଜନଜାତି ସମେତ ସମସ୍ତ ଜନଜାତିର ଲୋକ ଏହି ଯାତ୍ରାରେ ଭାଗ ନେଇ ପୂଣ୍ଯ ଅର୍ଜନ କରିବାର ସୁଯୋଗ ନେବା ପାଇଁ ନିବେଦନ କରିଛନ୍ତ ସମିତିର ଆବାହକ ପବିତ୍ର କଁହର।ଡିମ୍ବୁଲିସରୁର ସୃଷ୍ଟି ରେ ଅଲୌକିକତା ଶକ୍ତି ଯୋଗୁଁ ପେନୂଏଜୁ ନାମକ ପ୍ରସ୍ଫୁଟିତ ଜଳ ଅନ୍ଯ ଜଳ ଠାରୁ ଆଜିବି ସ୍ବତନ୍ତ୍ର ଭିନ୍ନତା ଦେଖାଯାଉଛି। ଯେତେ ଝଡ଼ ତୋଫାନ, ବର୍ଷା ହେଲେ ବି ସେହି ଜଳ କେବେବି ଗୋଳିଆ ହୁଏନାହି,ସର୍ବଦା ନିର୍ମଳ ରହିଥାଏ। ଡିମ୍ବୁଲିସରୁ ଉପରେ ଥିବା ବିଭିନ୍ନ ପ୍ରକାର ଫଳ ,ମୂଳ ଓ ଅନ୍ଯ ଜିନିଷ ନିଜର ଇଛା ମୁତାବକ ଆଣି ପାରନ୍ତି ନାହି।ପ୍ରାକୃତିକ ଗୁମ୍ଫା ,ଜଳପ୍ରପାତ, ଓ ଅତୀତର ରଣ କୌଶଳ ଶିକ୍ଷା କେନ୍ଦ୍ର ଇତ୍ଯାଦି ଦର୍ଶନ କରି ନିଜକୁ ଗୌରବାନ୍ୱିତ ମନେ କରିବା।ଦୀର୍ଘ ବର୍ଷର ଅବଧି ବିତିଯିବା ପରେ ପ୍ରଥମଥର ପାଇଁ ଆଯୋଜିତ ଏହି ମହୋତ୍ସବରେ ୩୦ ହଜାରରରୁ ଅଧିକ ଶ୍ରଦ୍ଧାଳୁ ପାହାଡ ଚଢି ଦେବୀଙ୍କର ଦର୍ଶନ କରିବେ ବୋଲି ସମିତି ଆଶା ରଖିଛି।ଡିମ୍ବୁଲି ମହୋତ୍ସବ ସମାରୋହ ସମିତିର ପଦାଧିକାରୀ ଓ ସଦସ୍ଯମାନେ ହେଲେ, ସଭାପତି ଶ୍ରୀ ଗୌରଚନ୍ଦ୍ର ମାଝୀ,ଉପସଭାପତି ଦୟାନିଧି ଯାନୀ, ବେଲଘର,ଦିଲ୍ଲୀପ କୁମାର କହଁର, ଫୁଲବାଣୀ, ଅବନେଶ୍ୱର ପ୍ରଧାନ ଉଦୟଗିରି,ଉଦ୍ଦେଶନ ପ୍ରଧାନ ଉଦୟଗିରି, ବେଣୁଧର ମାଝୀ ତୁମଡ଼ିବନ୍ଧ, ସମ୍ପାଦକ -ରାମଚନ୍ଦ୍ର ମାଝୀ ବେଲଘର, ସହ ସମ୍ପାଦକ -ଜମ୍ବେଶ୍ୱର କହଁର ଗୋଛାପଡ଼ା, ମହିଳା ପ୍ରମୁଖ – ବାସନ୍ତୀ ମାଝୀ ଚେୟାରମେନ ତୁମୁଡିବନ୍ଧ ବ୍ଲକ,ସହ ମହିଳା ପ୍ରମୁଖ -କୁସୁମ ପ୍ରଧାନ ବାଲିଗୁଡା, ପ୍ରଚାର ପ୍ରସାର ପ୍ରମୁଖ -ବସନ୍ତ କୁମାର ପ୍ରଧାନ ଫୁଲବାଣୀ, ସହ ପ୍ରଚାର ପ୍ରସାର ପ୍ରମୁଖ -ବୁଲୁ ମଲ୍ଲିକ କୋଟଗଡ, ଉପଦେଷ୍ଟା -କରେନ୍ଦ୍ର ମାଝୀ ବେଲଘର, ସଂଯୋଜକ – ପବିତ୍ର କୁମାର ସାଇତା ଟେଲାପାଲି, ଫୁଲବାଣୀ।
