ଦାରିଙ୍ଗବାଡିରେ ଆମ ହସ୍ପିଟାଲ ଲୋକାର୍ପଣ

add-all

ଦାରିଙ୍ଗବାଡି,୧୭/୨ : ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ୫ଟି ରେ ରୂପାନ୍ତରିତ ହୋଇଥିବା ବେଳେ ଆମ ହସ୍ପିଟାଲ ଯୋଜନାରେ ଲୋକାର୍ପଣ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଲୋକାର୍ପଣ କରିଥିବା ବେଳେ ଆନୁଷ୍ଠାନିକ ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ ଉଦ୍ଘାଟନ କରିଥିଲେ । ମେଡ଼ିକାଲ ଇନଚାର୍ଜ ଡକ୍ଟର ଜାକେସ ସାମନ୍ତରାୟ ଙ୍କ ତତ୍ୱାବଧାନ କ୍ରମେ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରସନ୍ନ ତ୍ରିପାଠି, ବିଇଓ ରସାନନ୍ଦ କର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ ସମେତ ସମସ୍ତ କର୍ମଚାରୀ ଓ ଶତାଧିକ ଅଞ୍ଚଳ ବାସୀ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.