ଖ୍ରୀଷ୍ଟିଆନ ସମାଧି ସ୍ଥଳ(ଶଶ୍ମାନ)ଉନ୍ନତି କରଣ କାର୍ଯ୍ୟର ଉଦଘାଟନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ତରେଇପାଟପୁର ଗ୍ରାମ ନିକଟରେ ଥିବା ଖ୍ରୀଷ୍ଟିଆନସମାଧି ସ୍ଥଳ(ଶଶ୍ମାନ) ଉନ୍ନତିକରଣ କାର୍ଯ୍ୟର ରବିବାର ଶୁଭ ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ୟୁନିଅନ ଵାପିସ୍ଟ ଚର୍ଚ୍ଚ ପକ୍ଷରୁ କରାଯାଇଥିବା ଏହି ସମାଧି ସ୍ଥଳକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରୁ ଉନ୍ନତିକରଣ ନିମନ୍ତେ ଚାରି ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ଏହାର କାର୍ଯ୍ୟ ଖୁବ ଶୀଘ୍ର ଶେଷ ହୋଇଥିଲା, ଯାହାଫଳ ରେ ଛତ୍ରପୁର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ -ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଓ ଛତ୍ରପୁର ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପାଳକ ମିନାଲ ସେନ ଗୁପ୍ତା, ଜି. ଜନ ମୋର୍ଜେଷ, ଅଭୟ ହୋତା, ଅସିତ ସାହୁ ଏବଂ ଚର୍ଚ୍ଚ ର ସଦସ୍ୟ ଓ କମିଟି ମେମ୍ବର ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.