ବଢ଼ିଲା ମାଟ୍ରନ୍‌ଙ୍କ ପାରିଶ୍ରମିକ

add-all

ଭୁବନେଶ୍ବର: ରାଜ୍ୟ ସରକାର ଜନଜାତି ଛାତ୍ରୀ ନିବାସ ମାଟ୍ରନ୍‌ମାନଙ୍କର ଗୁହାରି ଶୁଣିଛନ୍ତି। ଏଣିକି ମାଟ୍ରନ୍‌ମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୫ ହଜାର ପାଇବେ। କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପାଇବେ। ସେହିପରି ଅବସର ସମୟରେ ୧ ଲକ୍ଷ ଟଙ୍କାର ସହାୟତା ପାଇବେ। ମାଟ୍ରନ୍‌ମାନଙ୍କ ମାସିକ ସହାୟତା ୫ ହଜାର ଟଙ୍କା ବଢ଼ାଇବା ପରେ ପରେ ରାଜ୍ୟ ସରକାର ୧୫ କ‌ୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ୨୦୧୪ ମସିହାରୁ ଲେଡି ମାଟ୍ରନ୍‌ମାନେ ନିଯୁକ୍ତି ପାଇଛନ୍ତି। ସେମାନେ ଏପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଦରମା ପାଉଥିଲେ। ନିର୍ଦ୍ଦିଷ୍ଟ ସମୟ କାମକରିବା ପରେ ସ୍ଥାୟୀ ନିଯୁକ୍ତି ଦେବା, ବେତନକୁ ନିୟମିତ ଭାବେ ପ୍ରଦାନ କରିବା, କୌଣସି ସମସ୍ୟା ଘଟିଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ, ହଷ୍ଟେଲମାନଙ୍କରେ ରହିବାପାଇଁ ମାଟ୍ରନ୍‌ମାନଙ୍କୁ ଘର ଦିଆଯାଉ ଏବଂ ଚାକିରି ନବୀକରଣ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କ ବଦଳରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉ ବୋଲି ସଂଘ ଦାବି କରିଥିଲେ।

ad-week
Leave A Reply

Your email address will not be published.