ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ବୀରମିତ୍ରପୁର ମୁନିସିପାଲିଟି ମିଶନ ଶକ୍ତି ଭବନ ଶୁଭ ଉଦଘାଟନ ହୋଇଯାଇଛି |

ଆଜି ବୀରମିତ୍ରପୁର ମୁନିସିପାଲିଟି ର ତହସିଲ ଠାରେ ମିଶନ ଶକ୍ତି ଭବନ ଉଦଘାଟନ କଲେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ |କାର୍ଯ୍ୟକ୍ରମରେ ବୀରମିତ୍ରପୁର ମୁନିସିପାଲିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର, ଉପାଧ୍ୟାକ୍ଷା ଶ୍ରୀମତି ନିବେଦିତା ବାଗେ, ବୀରମିତ୍ରପୁର ମୁନିସିପାଲିଟି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ଦାସ,ବୀରମିତ୍ରପୁର ମୁନିସିପାଲିଟି ର କାଉନ୍ସିଲର, ମିଶନ ଶକ୍ତି ବ୍ଲଫ୍, ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର,କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ରାଜେଶ ହାଁସଦା , ଛାତ୍ର ନେତା ମହମ୍ମଦ ଏଜାଜ ଆଲାମ, ଚଇତନ ତିବାରି, ଏବଂ SHG ଗ୍ରୁପ ର ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |
