ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଢ଼ିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

add-all

ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଠନ କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠାରୁ ପୂରାପୁରି ଅଲଗା ହୋଇଯାଇଛନ୍ତି। ସେ ନିଜର ଏକ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ହେବ। ସୋଶାଲ ମିଡିଆ ଜରିଆରେ ସେ ତାଙ୍କ ଦଳର ପତାକା ଲଞ୍ଚ କରି ଏହି ସୂଚନା ଦେଇଛନ୍ତି। ନୀଳ, ଲାଲ ଓ ସବୁଜ ରଙ୍ଗକୁ ମିଶାଇ ତାଙ୍କର ଦଳୀୟ ପତାକା ତିଆରି କରାଯାଇଛି।

ନିକଟରେ ଅଖିଳେଶ ଯାଦବଙ୍କ ସାମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆସନ୍ତା ୨୨ ତାରିଖରେ ଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଏକ ରାଲିକୁ ସମ୍ବୋଧିତ କରିବେ। ଏହି ଦିନ ସେ ନିଜ ନୂଆ ଦଳ ଘୋଷଣା କରିବେ ବୋଲି ସୂଚନା ରହିଛି।

ଏହାରି ଭିତରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଳେଶ ଯାଦବଙ୍କ ନା ସରକାର ଅଛି, ନା ହିଁ ସେ କେନ୍ଦ୍ରରେ ଅଛନ୍ତି। ରାଜ୍ୟରେ ମଧ୍ୟ ସେ ନାହାନ୍ତି। ସେ ମୋତେ କିଛି ଦେବା ପାଇଁ ତାଙ୍କର କୌଣସି ଔକାତ ନାହିଁ। ଯଦି ବର୍ତ୍ତମାନ ସୁଦ୍ଧା ସେ ମୋତେ କିଛି ଦେଇଥିବେ ତା’ ହେଲେ ତାକୁ ମୁଁ ସସମ୍ମାନେ ଫେରାଇ ଦେବି ବୋଲି କହିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ।

ସେ ଆହୁରି କହିଛନ୍ତି, ‘ଏହା ମୋର ବ୍ୟକ୍ତିଗତ ଲଢ଼େଇ ନୁହେଁ। ମୋ ପାଇଁ କୌଣସି ପଦପଦବୀ ମାନ୍ୟତା ରଖୁନାହିଁ।ମୁଁ ଏସ୍‌ସି-ଏସ୍‌ଟି, ପଛୁଆ ଓ ମହିଳା, ଶ୍ରମିକ ଓ କୃଷକଙ୍କ ନ୍ୟାୟ ଏବଂ ଅଧିକାର ପାଇଁ ଲଢ଼ୁଛି। ମୁଁ ସମାଜ ପାଇଁ କାମ କରୁଛି ଓ କରୁଥିବି ମଧ୍ୟ।’ 

ଗତ କିଛି ଦିନ ପୂର୍ବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଥିଲେ। 

ad-week
Leave A Reply

Your email address will not be published.