ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

add-all

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଦିଆଯାଇଛି । ଏଥିରେ  ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବା ମୁଖ୍ୟ ଦାବି ରହିଛି ।

କୋରୋନା ପୂର୍ବରୁ ସୁରୁଖୁରୁରେ ୪ ଦ୍ଵାରା ଦେଇ ଭକ୍ତ ଦର୍ଶନ କରୁଥିଲେ କିନ୍ତୁ ଯେଉଁଭଳି ଭାବେ ୨୦୨୦ ରୁ ଗୋଟିଏ ଦ୍ଵାରା ଦେଇ ଦର୍ଶନ ପାଇଁ ଛଡାଯାଉଛି ସେଥିରେ ପ୍ରବଳ ଭିଡ଼ ଜମୁଛି । ମାତ୍ର ୫୦ମିଟର ଏସି ଅସ୍ଥାୟୀ ସେଡ୍ କରୀକି ସମସ୍ୟାର ସମାଧାନ ଭାବିବା ପ୍ରଶାସନର ମୁର୍ଖାମି ଅଟେ ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି ।

ପ୍ରଶାସନ ପୂର୍ବରୁ ଦେଇଥିବା ପ୍ରତିଶୃତି ହିସାବରେ ପରିକ୍ରମା ପ୍ରକଳ୍ପ ପରେ ଚାରିଦ୍ୱାର ଖୋଲି ନିଜର ପ୍ରତିଶୃତି ରକ୍ଷା କରିବା ଉଚିତ୍ ବୋଲି ଶ୍ରୀ ଶତପଥୀ କହିଛନ୍ତି । ଯାହାଦ୍ବାରା ଅସମ୍ଭାଳ ଭିଡରୁ ଭକ୍ତଙ୍କୁ ମୁକ୍ତି ମିଳିବ । ତା ସହ ଆଗକୁ ଖରା ଦିନ ଆସୁଥିବାରୁ ଚାରିଦ୍ୱାରେ ଭକ୍ତଙ୍କ ପାଇଁ ଏସି ସେଡ୍ ଦ୍ଵାର ମୁହଁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଦାବି ରଖିଚି ଆପ୍ । ସମସ୍ତେ ଜାଣିଛନ୍ତି ପୁରୀ ବାସୀ ବିଭିନ୍ନ ପୂଜା ପର୍ବାଣୀରେ ଏମିତିକି ପୂର୍ଣ୍ଣମୀ, ସଂକ୍ରାନ୍ତିରେ ମହାପ୍ରସାଦ ସେବନ କରନ୍ତି ।

ତେଣୁ ମହାପ୍ରସାଦ ଆନନ୍ଦ ବଜାରରୁ କିଣିବା ପାଇଁ ସ୍ବତନ୍ତ୍ର ଉତ୍ତର ଦ୍ଵାରା ଦେଇ ପ୍ରବେଶ ଅନୁମତି ମିଳୁ ବୋଲି ଦାବି ରଖିଛି ଆପ୍ ଏବଂ ବଡ଼ଦାଣ୍ଡରେ ପୁରିବାସୀଙ୍କ ଯାତାୟାତ ପାଇଁ ଯେଉଁ ବାରମ୍ବାର ପ୍ରତିବନ୍ଧକ ରଖାଯାଉଛି ତାକୁ ହଟାଯାଉବୋଲି କହିଛନ୍ତି ଯୁବ ସଭାପତି ଶ୍ରୀ ଶତପଥୀ ।

ଏ ସମସ୍ତ ଦାବିରୁ ପ୍ରଥମ ଦାବି ଚାରି ଦ୍ଵାର ଖୋଲିବାପାଇଁ ତାହା ଯଦି ଆସନ୍ତା ପାଞ୍ଚଦିନ ଭିତରେ ପୁରଣ ନହୁଏ ତେବେ ଆପ୍ ର ୟୁଥ୍ ଟିମ୍ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ର ମାଧ୍ୟମରେ ପ୍ରଶାସନକୁ ଜଣେଇବା ସହ ଆଗକୁ ଏହି ଆନ୍ଦୋଳନକୁ ପୁରିବାସୀଙ୍କ ସମର୍ଥନ ମାଗିଛନ୍ତି ଯୁବ ସଭାପତି ଅଂଶୁମାନ ଶତପଥୀ ।

ad-week
Leave A Reply

Your email address will not be published.