ସନ୍ଦେଶଖାଲି ମାମଲା: ଶୁଣିଲେନି ସୁପ୍ରିମକୋର୍ଟ

add-all

ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହି ମାମଲାରେ ସେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ମାମଲାରେ ଏସ୍‌ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି।

ସନ୍ଦେଶଖାଲି ମାମଲାରେ ସିବିଆଇ ବା ଏସ୍‌ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ସିଧା ସିଧା ମନା କରିଦେଇଛନ୍ତି। ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ବେଞ୍ଚ କହିଛନ୍ତି ଯେ, ‘ଏହି ମାମଲାକୁ ମଣିପୁର ସହ ତୁଳନା କରନାହିଁ। କୋଲକାତା ହାଇକୋର୍ଟ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସେ ଏହାର ସ୍ଥିତି ଆକଳନ କରିବାକୁ ସର୍ବଶ୍ରେଷ୍ଠ ଅଟନ୍ତି। ସେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦଶ ଦେବା ପାଇଁ ମଧ୍ୟ ସକ୍ଷମ ଅଟନ୍ତି। ତେଣୁ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହେବା ଉଚିତ।’ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନିଜ ଆବେଦନ ଫେରାଇ ନେଇଛନ୍ତି ଆବେଦନକାରୀ।

ଉଲ୍ଲେଖଯୋଗ୍ୟ ଯେ, ସନ୍ଦେଶଖାଲି ମାମଲାରେ ସିବିଆଇ କିମ୍ବା ଏସ୍‌ଆଇଟି ତଦନ୍ତ ପାଇଁ ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ନିରପେକ୍ଷ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ବାହାରେ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସେ ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ଏଥିସହ ମଣିପୁର ଭଳି ଏହି ମାମଲାରେ ତିନି ଜଣ ଅବସର ପ୍ରାପ୍ତ ଜଜ୍‌ଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ। ପୀଡିତାଙ୍କୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ପୁଲିସକର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ଆବେଦନରେ କୁହାଯାଇଥିଲା।

ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ସନ୍ଦେଶଖାଲି ମାମଲା। ଏଠାକାର ଶତାଧିକ ମହିଳା ତୃଣମୂଳ କଂଗ୍ରେସ ନେତା ଶହଜାହାଁ ଶେଖ୍‌ ଓ ତାଙ୍କ ସହଯୋଗୀ ଗାଁ ଲୋକଙ୍କ ଜମି ଜବରଦଖଲ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। 

ad-week
Leave A Reply

Your email address will not be published.