ବ୍ରହ୍ମପୁର ବିଜେପି ପକ୍ଷରୁ ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା…

add-all

ବ୍ରହ୍ମପୁର, ୨୦/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ” ସହ “ମୋଦି ଗ୍ୟାରେଣ୍ଟି ପଦଯାତ୍ରା” ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଗୋସାଇଁନୂଆଗାଁ ମଣ୍ଡଳ ଅନ୍ତର୍ଗତ ୱାର୍ଡ଼ ନଂ ୨୫,୨୬,୨୭,୨୮,୩୦ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜିପୁର ତୋଟା ସାହି ୩ ଲେନ୍ ଠାରେ ବିଜେପି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୋସାଇଁନୂଆଗାଁ ମଣ୍ଡଳର ୨୦ଟି ବୁଥ୍ ସଭାପତି ମାନଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ଯାଇ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । କାହ୍ନୁ ପତିଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ କାନ୍ଥ ଲିଖନ ସହ ବୁଥ୍ ର ପ୍ରବୁଦ୍ଦ ବ୍ୟକ୍ତିତ୍ବ ମାନଙ୍କ ସହ “ଚାୟ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ବିଭିନ୍ନ ଛକରେ ଅନୁଷ୍ଠିତ ହେଇଥିଲା । ଏହାସହ କାର୍ଯ୍ୟକର୍ତ୍ତାମାନେ ମୋଦି ଗ୍ୟାରେଣ୍ଟି ପତ୍ରିକା ଏବଂ ମୋଦି କ୍ୟାଲେଣ୍ଡର ଘରେ ଘରେ ବଣ୍ଟନ କରିଥିଲେ । ଆଗାମୀ ଦିନରେ ବିକଶିତ ବ୍ରହ୍ମପୁରର ସଂକଳ୍ପ ସହ ବ୍ରହ୍ମପୁର ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ଯଶସ୍ୱୀ କରାଇବାରେ ଏହି ଅଭିଯାନ ସହାୟକ ହେବ ବୋଲି ଶ୍ରୀ ପତି ମତ ବ୍ୟକ୍ତ କରିଥିଲେ । ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରି ବାରମ୍ବାର ପ୍ରତାରଣା କରିଚାଲିଛନ୍ତି । ବିଜେପିର ଏହି ଅଭିଯାନ ବେଳେ ଜନସାଧାରଣ ନିଜ ନିଜର ସମସ୍ୟା ବିଜେପି

ନେତୃବୃନ୍ଦଙ୍କ ସହ ଆଲୋଚନା କରି ଏଥର ବ୍ରହ୍ମପୁରରେ ବିଜେପି ଆସିବା ଦରକାର ବୋଲି ମତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ଏହି “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ” ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ନିବେଦିତା ପାଢ଼ୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ବାସୀ ଏହି “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ” ସାମିଲ୍ ହେଇଥିଲେ ।

ad-week
Leave A Reply

Your email address will not be published.