ରାଜସ୍ବ ଅଧିକାରୀ ମାନଙ୍କ ଛଅ ଦଫା ଦାବିରେ ତହସିଲ କାର୍ଯ୍ୟଳୟ ଆଗରେ ଧାରଣା…

add-all

ନୟାଗଡ : ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତରଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଅଜିତ କୁମାର ଡାକୁଆ ଓ ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ଆଗରେ ଛଅ ଦଫା ଦାବିରେ ରାଜସ୍ବ କର୍ମଚାରୀ ମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜସ୍ବ ସୁପରଭାଇଜର, ରାଜସ୍ବ ନୀରିକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତି ନେଇ ତହସିଲ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି । ଓଡିଆରଏସ ୧୯୮୩ନିୟମ ଅନୁଯାୟୀ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡ଼ର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କ ର ବେତନ ORSP ର ସ୍ତର – ବି ଏବଂ ୯୦ ଭାଗ ରାଜସ୍ବ ନିରୀକ୍ଷକ ପୋଷ୍ଟ ପଦୋରନତି, ରାଜସ୍ବ ନୀରିକ୍ଷକ ଓ ସହକାରୀ ରାଜସ୍ବ ନିରୀକ୍ଷକଙ୍କ ବେତନ ସ୍କେଲରେ ବୃଦ୍ଧି , ରାଜସ୍ବ ନୀରିକ୍ଷକ ମଣ୍ଡଳ ପାଇଁ ଗ୍ରୁପ – ଡି ପୋଷ୍ଟ ପୂରଣ, କୃଷି ସମ୍ବନ୍ଧୀୟ ସମସ୍ତ କୃଷକ ତଥ୍ୟ ଯାଞ୍ଚ, ସିସିଇ କୃଷି ବିଭାଗ କୁ ସ୍ଥାନାନ୍ତର ଆଦି ଦାବି ନେଇ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ଆଗରେ ରାଜସ୍ବ କର୍ମଚାରୀ ବିରୁପାକ୍ଷ ବିଶ୍ଵାଳ, ଅନିଲ ବେହେରା, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ନାୟକ, ବିଷ୍ଣୁ ପ୍ରସାଦ ମଲ୍ଲିକ, ଧୀରେନ୍ଦ୍ର ସାହୁ, ରତି ରଞ୍ଜନ ପାଣିଗ୍ରାହୀ, ଅନ୍ୱେଷା ସାହୁ, ପଦ୍ମିନୀ ଦାସ, ମିନତି ସାହୁ, ସୁପରଭାଇଜର ବିରଞ୍ଚି ମାଝୀ, ସୁବାସ ଚନ୍ଦ୍ର ମିଶ୍ର ଧାରଣାରେ ବସିଥିଲେ ।

ad-week
Leave A Reply

Your email address will not be published.