ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

add-all

ଉମରକୋଟ :-ସପ୍ର ( ୨୦/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ତହସିଲ ଅଫିସ ଆଗରେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ସେମାନଙ୍କର ପାଞ୍ଚ ଗୋଟି ଦାବି ନେଇ ୧୯/୦୨/୨୦୨୪ ରିଖରୁ ଧାରଣାରେ ବସିଛନ୍ତି।ସେମାନଙ୍କର ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାଯ୍ୟ ଅନଆର୍ଥିକ ଦାବି ODRS କ୍ୟାଡର ପୁନଃ ସଂରଚନାର ପାଞ୍ଚଟି ଦାବି ଯଥାକ୍ରମେ OAS ରେ ୨୫ ପ୍ରତିଶତ ସଂରକ୍ଷଣ,୯୦ପ୍ରତିଶତ ଆର ଆଇ ପୋଷ୍ଟ ପଦୋନ୍ନତି ପୋଷ୍ଟ ଭାବେ ସ୍ଥିର କରିବା,ରାଜସ୍ବ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ -ଡି ପୋଷ୍ଟ ଗୁଡିକ ପୁରଣ କରାଯାଉ,ବରିଷ୍ଠତା ଆଧାରରେ ଏକ ସାଧାରଣ ଗ୍ରେଡେସନ ତାଲିକା ପ୍ରସ୍ତୁତ କରିବା ଓ କ୍ୟାଡର ପୁନର୍ଗଠନର ଦାବି ନେଇ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ,ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ନବରଙ୍ଗପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗତ କାଲି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି। ଏହାଦ୍ଵାରା ରାଇଘର ବ୍ଲକର ସାଧାରଣ ଜନତା ରାଜସ୍ୱ କ୍ଷେତ୍ର ଅଫିସକୁ ଯାଇ ହନ୍ତସନ୍ତ ହେବା ସହିତ କିଛି କାମ ନ ହେବାରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଉ ଥିବା ଦେଖିବାକୁ ମିଳୁଛି l

ad-week
Leave A Reply

Your email address will not be published.