କୃଷି ପରାମର୍ଶଦାତାଙ୍କ କ୍ଷେତ୍ର ପରିଦର୍ଶନ

add-all

ମୋହନା , /୨୦/୨/:ରାଜ୍ୟ ସରକାର ଙ୍କ କୃଷି ପରାମର୍ଶଦାତା ତଥା ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ସୋମବାର ମୋହନା ବ୍ଲକ ଗସ୍ତ ରେ ଆସି କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଏହି ଅବସର ରେ ଖପୁରିପଟା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିବା ସହ କିଭଳି ବଜାର ରେ ଉତ୍ପାଦିତ କୃଷି ସାମଗ୍ରୀ କୁ ସହଜରେ ବିକ୍ରିବଟା କରାଯାଇପାରିବ ସେ ସମ୍ପର୍କ ରେ ମହିଳା କୃଷକ ମାନଙ୍କୁ ଉପଦେଶ ଦେଇଥିଲେ l ପରେ ଉଦ୍ୟାନ ବିଭାଗ ପକ୍ଷରୁ ଯୁବଗାଁ ରେ କରାଯାଇଥିବା ପନିପରିବା ଚାଷ ଏବଂ ଆଳୁ ଚାଷ କୁ କିଭଳି ଜଳ ସେଚନ ର ସୁବିଧା କରାଯାଇପାରିବ ସେ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ଉଠା ଜଳ ସେଚନ କୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାମଚନ୍ଦ୍ର ପଣ୍ଡା l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଏବଂ ଉଦ୍ୟାନ କୃଷି ଅଧିକାରୀ କରୁଣାକର ପାଇକ ଙ୍କ ସମେତ ବିଭିନ୍ନ କର୍ମଚାରୀ ମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.