ରାହୁଲଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ

add-all

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି। ମାନହାନୀ ମାମଲାରେ ଓ୍ୱାଇନାଡ ସାଂସଦଙ୍କୁ ମିଳିଲା ଜାମିନ। ସୁଲତାନପୁର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫,୦୦୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

୨୦୧୮ ଅଗଷ୍ଟ ୪ ତାରିଖରେ ଗୃହମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ନାଁ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯାଇଥିଲା। ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁଲତାନପୁରର ସିଭିଲ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା। ମାର୍ଚ୍ଚ ୨ ତାରିଖରେ ଏହି ମାମଲର ପରବର୍ତ୍ତୀ ଶୁଣାଣି ହେବ। 

ରାହୁଲ ଗାନ୍ଧିଙ୍କ ଓକିଲ ସନ୍ତୋଷ ପାଣ୍ଡେଙ୍କ କହିବା ମୁତାବକ, ଆଜି କୋର୍ଟରେ ରାହୁଲ ଗାନ୍ଧି ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ୩୦ରୁ ୪୫ ମିନିଟ ପର୍ଯ୍ୟନ୍ତ ଗିରଫ କରିଥିଲେ। ଏହା ପରେ ସେ ଜାମିନ ଆବେଦନ କରିଥିଲେ। କୋର୍ଟ ଏହାକୁ ଏବେ ଗ୍ରହଣ କରିଛନ୍ତି। ଜାମିନ ପାଇବା ପରେ ରାହୁଲ କୋର୍ଟରୁ ଆମେଥୀ ଅଭିମୁଖେ ଯାତ୍ରା କରିଥିଲେ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧି ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ ଅମିତ ଶାହଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ଏହାକୁ ନେଇ ବିଜେପି ନେତା ତଥା ପୂର୍ବତନ ସମବାୟ ଅଧ୍ୟକ୍ଷ ବିଜୟ ମିଶ୍ର ଆପତ୍ତି ଉଠାଇଥିଲେ। ସେ କଂଗ୍ରେସ ସାଂସଦଙ୍କ ବିରୋଧରେ ସିଭିଲ କୋର୍ଟର ଏମପି-ଏମଏଲଏ କୋର୍ଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ତେଣୁ ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ad-week
Leave A Reply

Your email address will not be published.