କୃଷକମାନଙ୍କୁ ଅଟକାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କଲା ପୁଲିସ…

add-all

ନୂଆଦିଲ୍ଲୀ:: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ କିଛି ଦାବି ପୁରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଥିବା କୃଷକ ସଂଗଠନ ଏବେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଦାବି ପୁରଣ ପାଇଁ କହି ମଧ୍ୟ ସରକାର ଦାବି ପୁରଣ ନକରିବାରୁ ଆଜି ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ପଞ୍ଜାବ-ହରିୟାଣା ସୀମାରେ କୃଷକମାନେ ଏକତ୍ରିତ ହୋଇ ଆଗକୁ ବଢ଼ୁଥିବା ବେଳେ ଅଟକାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରୁଛି ପୁଲିସ।
ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ପୁଣି ଥରେ ଆଲୋଚନା‌ କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। କୃଷକମାନଙ୍କ ସହ ହୋଇଥିବା ପୂର୍ବ ଆଲୋଚନାର ଅଂଶ ଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି “ଚତୁର୍ଥ ରାଉଣ୍ଡ ପରେ ପଞ୍ଚମ ରାଉଣ୍ଡର ଆଲୋଚନା ପାଇଁ ଆମେ ପ୍ରସ୍ତୁତ। ସରକାର ଏମଏସପି, ଫସଲ ବିବିଧକରଣ ଭଳି ବିଷୟ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ମୁଁ ପୁନର୍ବାର କୃଷକ ନେତାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛି। ଆମକୁ ଶାନ୍ତି ବଜାୟ ରଖିବାକୁ ହେବ।”

ad-week
Leave A Reply

Your email address will not be published.