ଚାଟ୍ ଜିପିଟିର ମୁକାବିଲା କରିବ ମୁକେଶ ଅମ୍ବାନିଙ୍କ ‘ହନୁମାନ’

add-all

ମୁମ୍ବାଇ: କୁହାଯାଏ ଅହଂକାର ହେଉଛି ପତନର ପ୍ରଥମ ପଦକ୍ଷେପ । ସେହିପରି କିଛି ଅହଂକାର ଦେଖାଇଥିଲେ ଚାଟଜିପିଟିର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ୍ । ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଯଦି ଭାରତ ଚାଟଜିପିଟି ଭଳି ଟୁଲ୍ ତିଆରି କରେ, ତେବେ ଏହା ନିଶ୍ଚିତ ଭାବେ ବିଫଳ ହେବ। ଅର୍ଥାତ୍ ଭାରତର ସାମର୍ଥ୍ୟକୁ ସେ ତାତ୍ସଲ୍ୟ କରିଥିଲେ । ଏବେ ଏହାର ଜବାବ ଦେବାକୁ ଯାଉଛି ଭାରତ । ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତିଆରି କରିଛି ଚାଟ ଜିପିଟିର ଦେଶୀ ଭର୍ସନ ହନୁମାନ । ଏହା ଆସନ୍ତା ମାର୍ଚ୍ଚ ମାସରେ ଭାରତରେ ଲଞ୍ଚ୍ ହେବ ।
‘ହନୁମାନ’ ଚ୍ୟାଟଜିପିଟି ସହ ଦୃଢ଼ ପ୍ରତିଦ୍ୱନ୍ଦ୍ୱିତା କରିବ, କାରଣ ଚାଟଜିପିଟି ପ୍ରିମିୟମ୍ ସେବା ପାଇଁ ଅର୍ଥ ଆଦାୟ କରୁଥିବା ବେଳେ ମୁକେଶ ଅମ୍ବାନୀ ଏହାକୁ ଶସ୍ତାରେ କିମ୍ବା ମାଗଣାରେ ଉପଲବ୍ଧ କରାଇପାରିବେ ।
ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର କେତେକ ଶ୍ରେଷ୍ଠ ଇଞ୍ଜିନିୟରିଂ ସ୍କୁଲର ମିଳିତ ଉଦ୍ୟମରେ ଏକ ମୂଳ ଏଆଇ ମଡେଲ୍ ପ୍ରସ୍ତୁତ କରାଯାଇଛି। ଭାରତ ଜିପିଟି ସଂଘର ଲୋକମାନେ ମୁମ୍ବାଇରେ ଏକ ଟେକ୍ନୋଲୋଜି ସମ୍ମିଳନୀରେ ହନୁମାନ ଏଆଇ ଲାଙ୍ଗୁଏଜ୍ ମଡେଲ ଉପସ୍ଥାପନ କରିଛନ୍ତି ।
ଏହି ଏଆଇ ମଡେଲ ୧୧ଟି ସ୍ଥାନୀୟ ଭାଷାରେ କାମ କରିପାରିବ । ହନୁମାନ ଏଆଇ ପ୍ରଶାସନ, ମଡେଲ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥ ଭଳି କ୍ଷେତ୍ର ପାଇଁ ଡିଜାଇନ୍ କରାଯାଇଛି । ଯଦି ଏହି ଏଆଇ ମଡେଲ ସଫଳ ହୁଏ ତେବେ ରିଲାଏନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ବଡ ଖେଳାଳି ହେବ ।

ad-week
Leave A Reply

Your email address will not be published.