ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ: ଅଳକା ଲାମ୍ବା

add-all

ଭୁବନେଶ୍ବର: ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା। ସେ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାରକ ସରକାର। ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ। କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବିଜେଡି ସରକାରଙ୍କ ଧ୍ୟାନ ନାହିଁ। ୨୫ ବର୍ଷରେ ସେମାନଙ୍କ ଅବସ୍ଥାରୁ ଖରାପରୁ ଅଧିକ ଖରାପ ହୋଇଛି। ଦେଶରେ ୨ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ଝିଅ ନିଖୋଜ ହୋଇଥିବାବେଳେ ସେଥିରେ ଓଡ଼ିଶାର ଝିଅ ମଧ୍ୟ ଅଛନ୍ତି। କିନ୍ତୁ ସେମାନଙ୍କ ଉଦ୍ଧାର କରିବାରେ ରାଜ୍ୟ ସରକାର ଉଦାସୀନ।
ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ନାଁ ନେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଆଳରେ ମହିଳାଙ୍କୁ ଓଡ଼ିଶା ସରକାର ଲୁଟୁଛନ୍ତି। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୂଳୋତ୍ପାଟନ କରିବାକୁ ପଡ଼ିବ। ଏହା କେବଳ ମହିଳାମାନେ ହିଁ କରିପାରିବେ ବୋଲି କହିଛନ୍ତି ଅଳକା ଲାମ୍ବା ।

ad-week
Leave A Reply

Your email address will not be published.