ଲଡୁବାବା ମନ୍ଦିରର ହୁଣ୍ଡିରୁ ୫ଲକ୍ଷ ୧୨ହଜାର ଟଙ୍କା ଓ ୬୪ଗ୍ରାମ ରୂପା ସଂଗୃହିତ

add-all

ଓଡ଼ଗାଁ : ଆମ ରାଜ୍ୟ ର ପ୍ରମୁଖ ଶୈବପୀଠ ସରଣକୁଳ ର ଲଡୁବାବାଙ୍କ ହଣ୍ଡିରୁ ୫ଲକ୍ଷ ୧୨ହଜାର୮୮୨ ଟଙ୍କା ଓ ୬୪ଗ୍ରାମ ରୂପା ସଂଗୃହିତ କରାଯାଇଛି । ଓଡ଼ଗାଁ ତହସିଲଦାର ମାନସ ରଂଜନ ଭୋଇ, ଆଇଆଇସି ପୁଷ୍ପଲତା ବେହେରା, ଦେବୋତ୍ତର ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ, ଲଡୁବାବା ମନ୍ଦିର ସୁପର ବାଇଜର ସୁବାସ ଚନ୍ଦ୍ର ବରାଡ, ଓଡ଼ଗାଁ ରଘୁନାଥ ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ବ୍ରାହ୍ମଣ ସେବକ ସମାଜର ସଭାପତି ଶିବ ପ୍ରସାଦ ପୁଷ୍ପାଳକ, ଶୈବ ସେବାୟତ ସଂଘ୍ ର ସଭାପତି ଅଶୋକ ମହାପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ସ୍ଥାନୀୟ ପୋଲିସ ଙ୍କ ଉପସ୍ଥିତିରେ ମନ୍ଦିରର ହୁଣ୍ଡି ଖୋଲାଯାଇଥିଲା । ମନ୍ଦିର ସେବାୟତ ମାନେ ଉତ୍ସାହର ସହିତ ସହଯୋଗ କରିଥିଲେ । ସଂଗୃହିତ ଜମାରାଶି କୁ ସରଣକୁଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରେ ସ୍ଥାୟୀ ଜମା ରୂପେ ଜମା କରାଯାଇଛି ।

ad-week
Leave A Reply

Your email address will not be published.