
ଫୁଲବାଣୀ: କନ୍ଧମାଳ ଜିଲ୍ଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଅଭିଭାବକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ସମଗ୍ର କନ୍ଧମାଳ ଜିଲ୍ଲାରେ ୨୦୮ଟି ହାଇସ୍କୁଲ ପାଇଁ ୬୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି। ପଞ୍ଜୀକରଣ କରିଥିବା ୧୦ ହଜାର ୭୨୯ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୦ ହଜାର ୫୧୯ ପରୀକ୍ଷା ଦେଇଥିବା ଦେଇଥିବା ବେଳେ ୨୧୦ ଜଣ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି । ସେହିଭଳି ୧୩୫ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ । ଓଡ଼ିଶା ମୁକ୍ତ ବିଦ୍ୟାଳୟର ୨୮୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧ ପରୀକ୍ଷା ଦେଇଥିବା ବେଳେ ୭୭ ଜଣ କୌଣସି କାରଣରୁ ଅନୁପସ୍ଥିତ ଥିବା ମଧ୍ଯ ସୂଚନା ମିଳିଛି l ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ଟି ସ୍କାର୍ଡ, ବୋର୍ଡ ପକ୍ଷରୁ ଗୋଟିଏ ସ୍ପେସାଲ ସ୍ପାର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପରୀକ୍ଷା ସେଣ୍ଟର ଗୁଡିକ ଉପରେ ନଜର ରଖାଯାଇଥିଲା।ଏଥି ସହିତ ୧୪ ନୋଡାଲ ସେଣ୍ଟରରେ ମାଜିଷ୍ଟେଟ ନିଯୁକ୍ତ ହୋଇଛନ୍ତି ।ପରୀକ୍ଷା କେନ୍ଦ୍ରର ଗୁଡିକରେ ନିର୍ଦ୍ଧିଷ୍ଟ ସ୍ଥାନରେ ସିସି ଟିଭି ବ୍ୟବସ୍ଥା କରାଯାଇଛି। ଏଥି ସହିତ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ l