ଗାଡି ଚଳାଉଥିବା ବେଳେ ହାର୍ଟ ଆଟାକ୍, ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ

add-all

ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟ ଆଟାକ୍‌। ନିୟନ୍ତ୍ରଣ ହରାଇଲା ବୋଲେରୋ। ଦ୍ରୁତଗତିରେ ଆସି ଶୋଭଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ମାଡିଗଲା। ଫଳରେ ଘଟଣା ସ୍ଥଳରେ ଆଖି ବୁଜିଲେ ଦୁଇ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୌର ସ୍ଥିତ ଡେଗାନା ଅଞ୍ଚଳରେ।

ସୂଚନା ମୁତାବକ, ଡେଗାନା ଅଞ୍ଚଳରେ ବିଶ୍ୱକର୍ମା ଜୟନ୍ତୀ ପାଇଁ ଏକ ଶୋଭଯାତ୍ରା ବାହାରିଥିଲା। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଏକ ବଜାର ଅଞ୍ଚଳ ଦେଇ ଏହି ଶୋଭଯାତ୍ରା ଯାଉଥିବା ବେଳେ ପଛ ପଟେ ଧୀରେ ଧୀରେ ଏକ ବୋଲେରୋ ଯାଉଥିଲେ। ତେବେ ହଠାତ୍ ଦେଖୁ ଦେଖୁ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ଉପରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଆସି ମାଡି ଯାଇଥିଲା ବୋଲେରୋ। କେହି କିଛି ବୁଝିବା ଆଗରୁ ବୋଲେରୋଟି ୧୨ରୁ ଅଧିକ ଲୋକଙ୍କ ଉପରେ ଚଢ଼ି ଆଗକୁ ମାଡି ଯାଇଥିଲା। ଏହି ପୂରା ଘଟଣା ସିସିଟିଭିରେ କଏଦ୍‌ ହୋଇଛି।

ପୁଲିସ ସୂଚନା ମୁତାବକ, ବୋଲେରୋ ଡ୍ରାଇଭରଙ୍କ ହଠାତ୍ ହୃଦ୍‌ଘାତ ଯୋଗୁ ଏଭଳି ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେହିପରି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଜମେର୍‌ ସ୍ଥାନାନ୍ତର କରାଯାଇଛି। ସେପଟେ ହୃଦ୍‌ଘାତର ଶିକାର ହୋଇଥିବା ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଶୋଭାଯାତ୍ରାରେ ମହିଳାଙ୍କ ସମେତ ଅନେକ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ।

ଏହି ଦୁର୍ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଶୋଭାଯାତ୍ରା କରିବା ପାଇଁ ଅନୁମତି ନଥାଏ। କେବଳ ସେତିକି ନୁହେଁ ଶୋଭଯାତ୍ରାରେ ଗାଡି ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆ ଯାଏ ନାହିଁ। ଏଭଳି ସ୍ଥିତିରେ ବୋଲେରୋଟି ଶୋଭାଯାତ୍ରା ଭିତରକୁ କିଭଳି ଆସିଲା ସେ ନେଇ ପ୍ରଶ୍ନ ଉଠିଛି।

ad-week
Leave A Reply

Your email address will not be published.