ବରିଷ୍ଟ କଂଗ୍ରେସ ନେତା ରବୀନ୍ଦ୍ରନାଥ ଶର୍ମା ତଥା ଆଇନଜୀବୀ ପୁଣି ମୈଦାନ ଆସିଲେ

add-all


କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଆସିକା : ଆସିକା ରେ କଂଗ୍ରେସ ଦଳ ତାର ହୃତଗୌରବ ଫେରେଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ତାଙ୍କୁ ସକ୍ରିୟ କରାଯିବା ସାଙ୍ଗକୁ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସମୟ ଆସିଯାଇଛି ବୋଲି ଆସିକା କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ରବୀନ୍ଦ୍ରନାଥ ଶର୍ମା ତାଙ୍କ ବାସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଏହି ସମ୍ମିଳନୀ ରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ବରିଷ୍ଠ ଆଇନ ଜୀବି ରବୀନ୍ଦ୍ର ନାଥ ଶର୍ମା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ଅଗସ୍ତି ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ନିର୍ବାଚନ ରେ ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମ ସର୍ବ ଭାରତୀୟ ଜାତୀୟ କଂଗ୍ରେସ କୁ ପ୍ରେରଣ କରାଯିବ l ଏ ଆଇ ସି ସି ର ନିଷ୍ପତି ଦଳ ନେତୃତ୍ୱ ନେଉଥିବା ନେତା ମାନେ କାର୍ଯ୍ୟକରିବେ l ଦଳର ହାଇକମାଣ୍ଡ ନିଷ୍ପତି ବିରୁଦ୍ଧରେ ଯେଉଁ କର୍ମୀ କାମ କରିବ ତା ଉପରେ ଦଳ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ )ସଭାପତି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି l ସେ ସଭାପତି ଦାୟିତ୍ୱ ନେବା ପରେ ଆସିକା, ହିଞ୍ଜିଳି କାଟୁ, ସାନଖେମୁଣ୍ଡି, ସୋରଡ଼ା, ଭଞ୍ଜନଗର, କବିସୂର୍ଯ୍ୟନଗର, କୋଦଳା, ପୋଲସରା, ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେକ ପୁରୁଖା ନେତା, କର୍ମୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ମାନଙ୍କ ସହ ଇଆଲୋଚନା କରିଛନ୍ତି l କଂଗ୍ରେସ ଦଳ କିଭଳି ସୁଦୃଢ ହେବ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ବ୍ଳକ କଂଗ୍ରେସ, ନଗର କଂଗ୍ରେସ ମାନଙ୍କୁ ସଂଗଠିତ କରି ଦଳ କୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି। ପୂର୍ବରୁ ଆସିକା କଂଗ୍ରେସ ର ଦୁର୍ଗ ଥିଲା ଏଠାରୁ ବହୁ ନେତା ନିର୍ବାଚିତ ହୋଇ ଯାଇଥିବା ଓ କେନ୍ଦ୍ରରେ ସେମାନଙ୍କ ଦବଦବା ରହିଥିବାର ନଜିର ରହିଛି।

ad-week
Leave A Reply

Your email address will not be published.