ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ

ସମ୍ବଲପୁର : ହୀରାକୁଦ ଡ୍ୟାମ ମହମ୍ମଦପୁର କେନାଲର ସମ୍ବଲପୁର ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ହେଡ଼ ରେଗୁଲେଟରରେ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ମରାମତି ନହେଲେ ବଡ଼ ଘାଇ ସୃଷ୍ଟି ହେବା ଆଶଂକା ରହିଛି। ଏହାର ସ୍ଥାୟୀ ମରାମତି ଦାବି କରିଛନ୍ତି ଚାଷୀ। ଗର୍ତ୍ତରେ ବାଲିବସ୍ତା ପକାଇ ଅସ୍ଥାୟୀ ମରାମତିକୁ ଚାଷୀ ବିରୋଧ କରିଛନ୍ତି।

ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଏହା ଉପରେ ୨୪ ଘଣ୍ଟା ନଜର ରଖାଯିବ। ଖୁବ ଶୀଘ୍ର ମରାମତି ଆରମ୍ଭ ହେବ। ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀ ମହମ୍ମୁଦପୁର କେନାଲରୁ ୧୧୯.୧୧ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହି କେନାଲର ଲମ୍ବ ପାଖାପାଖି ୧୯ କିଲୋମିଟର ରହିଛି । ଏହି ସ୍ଥାନରୁ ହିଣ୍ତାଲକୋ କମ୍ପାନୀକୁ ଜଳ ଯାଉଥିବାରୁ ମରାମତି ସମୟରେ ପାଣି ବନ୍ଦ ହେବା ଆଶଙ୍କା ଯୋଗୁ ଡ୍ୟାମ କର୍ତ୍ତୃପକ୍ଷ ମରାମତି ପାଇଁ ପଛଘୁଂଚା ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ।

ad-week
Leave A Reply

Your email address will not be published.