ଆସିକାରେ ଖରାରେ ଘଣ୍ଟାଘଣ୍ଟା ଠିଆ ହୋଇ ଟଙ୍କା ନେବାକୁ ଅପେକ୍ଷା..!

add-all

ଚାଉଳ ନେବାରେ ନାଁ ଅଛି ହେଲେ ଟଙ୍କା ନେବାରେ ନାଁ ନାହିଁ କେତେକ ହିତାଧିକାରୀ ହତାଶ……

ବ୍ରହ୍ମପୁର : ଆଗକୁ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ହେଲା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ ଘୋଷଣା କରି ଚାଲିଛନ୍ତି । ଏଥି ମଧ୍ୟରୁ ନୂଆଁ କରି ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ହଜାରେ ଟଙ୍କା ରାଶି ପ୍ରଦାନ ପାଇଁ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ଆଜି ହିତାଧିକାରୀ ମାନେ ଖରାକୁ ଖାତିରି ନକରି ଘଣ୍ଟା ଘଣ୍ଟା ଅପେକ୍ଷା କରି ଟଙ୍କା ନେଉଥିବା ଆଜି ଆସିକା ସହରରେ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଖରାରେ ଠିଆ ହେବା ସମୟରେ ସେଠାରେ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇଁ ଜଳ ଯୋଗାଣ ର ବ୍ୟବସ୍ଥା ମଧ୍ୟ ହୋଇନାହିଁ। କେତେକ ହିତାଧିକାରୀ ନିଜର କାର୍ଡ ମାଧ୍ୟମରେ ଚାଉଳ ନେଉଥିଲେ ମଧ୍ୟ ସେମାନଙ୍କ ନା ଟଙ୍କା ନେବା ସ୍କିମ ରେ ନଥିବା ଯୋଗୁଁ ସେମାନେ ବାଦ ପଡିଛନ୍ତି। ବାଦ ପଡ଼ିଥିବା ହିତାଧିକାରୀ ଗୁହାରି କହିବାକୁ ଦାୟିତ୍ୱ ରେ ଥିବା ବାବୁଙ୍କ ପାଖକୁ ଗଲେ ବାବୁଙ୍କ ଦେଖା ମିଳୁନାହିଁ। ଟଙ୍କା ନ ପାଇ ବାଦ ପଡ଼ିଥିବା ହିତାଧିକାରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସରକାର ଯେଉଁ ସବୁ ଯୋଜନା ପ୍ରଣୟନ କରୁଛନ୍ତି। ତାହା ତଦାରଖ କରୁଥିବା ବାବୁ ମାନଙ୍କ ଅଣଦେଖା ଯୋଗୁଁ ହିତାଧିକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି ଏପଟେ ସରକାର ବଦନାମ ହେଉଛନ୍ତି। ଆସିକା ରେ ଯୋଗାଣ ବିଭାଗ ଦାୟିତ୍ୱ ରେ ଥିବା ବାବୁ ସବୁବେଳେ ଅଫିସ ରେ ଅନୁପସ୍ଥିତ ରହୁଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି। ହେଲେ ବାବୁ ପରିଦର୍ଶନ ରେ ଯାଉଥିବା ନେଇ ସଫେଇ ଦେଉଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମଧାନ ହେଉନି ବୋଲି ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.