କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ, ଆଜି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

add-all

ପୁରୀ: ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ।

ତେବେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସୁଛି। ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ। ଆସନ୍ତାକାଲି ଦିନ ଗୋଟାଏରୁ ନାଟମଣ୍ଡପ ମରାପତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ସୁଦ୍ଧା ଶେଷ ହେବ। ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା। ଏବେ ଏଥିରେ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଲଗାଯିବ। ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି। ସେହିପରି ମାସକୁ ଥରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ।

ad-week
Leave A Reply

Your email address will not be published.