ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

add-all

କାବୁଲ: ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଲିବାନ ଏହି ଦୁଇ ଜଣଙ୍କ ଅପରାଧ ସମ୍ପର୍କରେ କୌଣସି ବିବରଣୀ ଦେବାକୁ ମନା କରିଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିନ ୧ଟା ସମୟରେ ଏହି ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଥିଲା । ପ୍ରଥମ ବ୍ୟକ୍ତିକୁ ୮ଟି ଗୁଳି ମରାଯାଇଥିବାବେଳେ ୨ୟ ବ୍ୟକ୍ତିକୁ ୭ଟି ଗୁଳି ମରାଯାଇଥିଲା । ଏହାର କିଛି ସମୟ ପରେ ସେମାନଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା । ଏହି ଲୋମହର୍ଷକ କାର୍ଯ୍ୟକୁ ହଜାର ହଜାର ଲୋକ ଦେଖୁଥିଲେ । ୨୦୨୧ରେ ଆଫଗାନିସ୍ତାନକୁ କବଜା କରିବା ପରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯିବାର ଏହା ହେଉଛି ୪ର୍ଥ ଘଟଣା ।

କେଉଁ କାରଣରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ତାହା ଜଣାପଡ଼ିନଥିଲେ ବି ମୃତ ବ୍ୟକ୍ତିମାନେ ହତ୍ୟା କିମ୍ବା ଦୁଷ୍କର୍ମ ଅପରାଧ କରିଥିବା ସଂଦେହ କରାଯାଉଛି । କାରଣ ସେମାନଙ୍କ ଦ୍ବାରା ପୀଡ଼ିତ ଲୋକଙ୍କୁ ଗୁଳି ଚଳାଇବାକୁ ଅନୁମତି ଦିଆଯାଇଥିଲା ।

ad-week
Leave A Reply

Your email address will not be published.