ଛତ୍ରପୁର : ବୁଧବାର ଦିନ ଛତ୍ରପୁର ବ୍ଲକର ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଫ୍ରୋଲିକ୍ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ଛତ୍ରପୁରର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ ଓ ନିଜକୁ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀତାରାମ ପାତ୍ର ଓ ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୋଡାଲ ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲ ଯୋଗ ଦେଇଥିଲେ। ବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ରଣା ଅତିଥି ପରିଚୟ ପୂର୍ବକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀ ଦାମ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ।
