ଵିଏସକେୱାଇ ନବୀନ କାର୍ଡ଼ ଯୋଜନାରେ ପାତରଅନ୍ତର…..

add-all


ସହରାଞ୍ଚଳ ଲୋକେ କଣ ସାବତ ପୁଅ କି….?
ଵ୍ରହ୍ମପୁର : ୨୩-୨ରାଜ୍ୟ ସରକାର ପ୍ରତି ଗ୍ରାମରେ ଗରିବଙ୍କ ମୁହଁରେ ହସ ଫୁଟାଇବା ପାଈଁ ସ୍ୱାସ୍ଥ୍ୟ ଭଳି ଏକ ମୌଳିକ ଆବଶ୍ୟକତା ଦୂର କରିବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରିଛନ୍ତି ।ଓଡିଶା ସରକାର ଗତ ୦୧/୦୯/୨୧ ମସିହା ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିଥିଲେ l ଦୁଇ ବର୍ଷ ଏହି କାର୍ଡ ରେ ଅନେକ ଲୋକ ଉପକୃତ ହେଲା ପରେ ମଧ୍ୟ ଅନେକ ଲୋକ ଆହୁରି ବାଦ ପଡ଼ୁଛନ୍ତି l ରାସନ କାର୍ଡ ଥିବା ହିତାଧିକାରୀ ମାନଙ୍କ ପାଈଁ ଏହି କାର୍ଡର ସୁବିଧା ସହଜ ହେଉଥିବା ବେଳେ ପ୍ରକୃତ ଗରିବ ଶ୍ରେଣୀ ର ଲୋକ ପାଖରେ ରାସନ କାର୍ଡ ନଥିବାରୁ ଏହି ଵିଏସକେୱାଇ ଯୋଜନାର ଲାଭ ମିଳୁନାହିଁ l ଏହାର ସୁ ବିଚାର କରି ରାଜ୍ୟ ସରକାର ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଲୋକ ମାନଙ୍କ ପାଈଁ ଵିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ କରିବାକୁ ଅନଲାଇନ ରେ ଆବେଦନ ସୁଭିଧା ଥିଲା ବେଳେ ସହରାଞ୍ଚଳ ଗରିବ ଗୁରୁବା ପାଈଁ ସାତ ସପନ ହୋଇ ପଡିଛି।
ଵିଏସକେୱାଇ ନବୀନ କାର୍ଡରେ ମଧ୍ୟ ଗୁରୁତର ରୋଗ ପାଇଁ ଅଧିକ ଖର୍ଚ୍ଚ ପୂରଣ କରିବାକୁ ଆର୍ଥିକ ସମ୍ବଳ ନଥିବା ପରିବାର ପାଈଁ ଏହା ସହଜ ହେବ ବୋଲି କରାଯାଇଛି। ଅର୍ଥ ଅଭାବରୁ ଓଡିଶାର କୌଣସି ପରିବାର ଅସୁରକ୍ଷିତ ରହିବେ ନାହିଁ ନିଶ୍ଚିତ କରିବାକୁ, ଏହିପରି ଓଡିଶା ବାସୀଙ୍କ ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ୍ ପ୍ରତିଜ୍ଞା ପୂରଣ କରିବା।ଵିଏସକେୱାଇ ର ତୃତୀୟ ପର୍ଯ୍ୟାୟରେ, ଯେଉଁ ଠାରେ ଓଡିଶାର ଗ୍ରାମାଞ୍ଚଳର ସମସ୍ତ ପରିବାର ଘରୋଇ ଡାକ୍ତରଖାନାରେ ନଗଦ ବିହୀନ ଚିକିତ୍ସା ପାଇଁ ନିଶ୍ଚିତ ହେବେ। ସମ୍ପ୍ରସାରଣର ଏହି ପର୍ଯ୍ୟାୟରେ, ଓଡିଶାର ସମସ୍ତ ଗ୍ରାମୀଣ ପରିବାର (ନିୟମିତ ସରକାରୀ କର୍ମଚାରୀ ଏବଂ ଆୟକରଦାତା ବ୍ୟତୀତ), ଯେଉଁମାନେ ବର୍ତ୍ତମାନ ବିଏସକେୱାଇ ଅଧୀନରେ ନାହାଁନ୍ତି, ସେମାନେ ‘ଵିଏସକେୱାଇ ନବୀନ କାର୍ଡରେ ପାଇବାକୁ ଯୋଗ୍ୟ ହେବେ।ଗ୍ରାମାଞ୍ଚଳ ଲୋକଙ୍କ ପାଈଁ ଏହି ନବୀନ କାର୍ଡ ରସୁବିଧା ରହିଥିବା ବେଳେ ସହରାଞ୍ଚଳ ଲୋକଙ୍କ ପାଈଁ ଏହି ସୁବିଧା ନହୋଇ ଥିବାରୁ ହଜାର ହଜାର ରାସନ କାର୍ଡ ନଥିବା ହିତାଧିକାରୀ ପାଈଁ ନାହିଁ ନଥିବା ଅସୁବିଧା ହେବାର ସମ୍ଭାବନ ରହିଛି।ରାଜ୍ୟ ସରକାର ସହରାଞ୍ଚଳ ଲୋକ ମାନଙ୍କ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନ ଦେଲେ ସହରାଞ୍ଚଳ ର ବହୁ ହିତାଧିକାରୀ ଉପକୃତ ହେବେ।

ad-week
Leave A Reply

Your email address will not be published.