ପ୍ରବଳ ତୁଷାରପାତ ସତ୍ତ୍ୱେ ଯୋଗରେ ମଗ୍ନ ଯୋଗୀ

add-all

ସୋଶାଲ ମିଡିଆରେ ଜଣେ ଯୋଗୀଙ୍କ ଯୋଗ ସାଧନ ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। କାରଣ ଯୋଗୀ ଜଣକ ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଛି। ହିମାଳୟ ପର୍ବତ ଉପରେ ବରଫରେ ପୂର୍ଣ୍ଣ ଯୋଗୀଙ୍କ ତପସ୍ୟା ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି।

ଅନେକ ସୋଶାଲ ମିଡିଆ ୟୁଜର୍ ଏହି ଭିଡିଓକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସ୍ତୁତକାରୀ ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ଏହା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସିରାଜ ଉପତ୍ୟକାରୁ ବୋଲି ସୂତ୍ରରୁ ପ୍ରକାଶ। ଉକ୍ତ ଯୋଗୀ ସତ୍ୟେନ୍ଦ୍ର ନାଥ ବୋଲି କୁହାଯାଉଛି।

ସୂଚନାନୁସାରେ, ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ 20ରୁ 22 ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଈଶପୁତ୍ର ଭାବରେ ଜଣାଶୁଣା। ଈଶପୁତ୍ରଙ୍କୁ କୌଲାନ୍ତକ ପୀଠର ମୁଖ୍ୟ ଭାବେ ବିବେଚନା କରାଯାଏ। ଯୋଗ ଏବଂ ଭକ୍ତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଠରୁ ଅଧିକ ଦେଶରେ ଈଶପୁତ୍ରଙ୍କ ସାଧକ ଅଛନ୍ତି।

ତୁଷାରପାତ ମଧ୍ୟରେ ଯୋଗ ଅଭ୍ୟାସ କରିବା ପାଇଁ କଠୋର ପରୀକ୍ଷା ଆବଶ୍ୟକତା ରହିଛି। ଏହାକୁ କୌଣସି ସାଧାରଣ ବ୍ୟକ୍ତି କରିପାରିବେ ନାହିଁ। ଈଶପୁତ୍ର ହେବା ପାଇଁ ବହୁ ପ୍ରତିକୂଳ ପାଣିପାହଗ ମଧ୍ୟରେ ତପସ୍ୟା କରିବାକୁ ପଡିଥାଏ। 

ବର୍ତ୍ତମାନ ଈଶପୁତ୍ର ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ସମୟର ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଈଶପୁତ୍ରଙ୍କ ଶିଷ୍ୟ ରାହୁଲଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ଆଗାମୀ ପିଢିକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ଏବଂ ଧ୍ୟାନର ଦୃଶ୍ୟ କଏଦ୍ କରାଯାଇଥିଲା। 

ad-week
Leave A Reply

Your email address will not be published.