ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ..

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରତା ସାମନାକୁ ଆସିଛି। ଜିଲ୍ଲାର ମାଓ ପ୍ରଭାବିତ ପାମେଡ ଅଞ୍ଚଳରେ ପୁଣି ମାଓବାଦୀ ମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ଟେକି ନେଇ ହତ୍ୟା କରିବା ସହ ଶବ ନିକଟରେ କିଛି ମାଓ ପୋଷ୍ଟର ଫିଙ୍ଗିଥିବା ଜଣାପଡିଛି। ସୂଚନାନୁସାରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମ ବାସିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଘଟିଛି ଏହି ହିଂସାକାଣ୍ଡ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡବି ନନ୍ଦା । ନକ୍ସଲ ପନ୍ଥିଙ୍କ ପାମେଡ ଏରିଆ କମିଟି ଏହି ହତ୍ୟା କାଣ୍ଡ ଘଟାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକୁମା ପୋଲିସ ।

ad-week
Leave A Reply

Your email address will not be published.