ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

add-all

ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ପାଇଛି।

କେନ୍ଦ୍ରୀୟ ପୋଲ୍ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହା ପରେ ଉତ୍ତରପ୍ରଦେଶ ଏବଂ ଜମ୍ମୁ କଶ୍ମୀରରେ ପ୍ରସ୍ତୁତି ଉପରେ ରିଭ୍ୟୁ କରିବେ। ମାର୍ଚ୍ଚ ୧୩ ପୂର୍ବରୁ ରାଜ୍ୟ ଗସ୍ତ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।

ନିର୍ବାଚନ କମିଶନ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହିତ ନିୟମିତ ବୈଠକ କରି ପ୍ରସ୍ତୁତି ବାବଦରେ ପଚାରି ବୁଝୁଛନ୍ତି। ସିଇଓମାନେ ଯେଉଁ ସବୁ କ୍ଷେତ୍ରରେ ତ୍ରୁଟି ରହିଛି, ସେସବୁ ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି। ଇଭିଏମ, ସୁରକ୍ଷା କର୍ମୀଙ୍କ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ କଡାକଡି ବାବଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। 

ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ଯୋଜନା କରୁଛି ବୋଲି ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.