ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ମରାମତି କାମ

add-all

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଥିବା ବିମ୍ କାମ। ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏ ASI ଟିମ୍ କାମ କରିବେ। ମାର୍ଚ୍ଚ ୨୦ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ଚାଲିବା ବେଳେ କୌଣସି ବଡ଼ ନୀତି ହେବ ନାହିଁ। ଏନେଇ ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ନୀତିକାନ୍ତି ସହ ଜଡ଼ିତ ସବୁ ନିଯୋଗ ସହ ଆଲୋଚନା ହୋଇଛି। ସମସ୍ତେ ସହଯୋଗ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ତେଣୁ ଭକ୍ତଙ୍କ ଦର୍ଶନ ହେଉ ବା ନୀତିକାନ୍ତି ଅଥବା ASIର କାମ, କୌଣସି କାର୍ଯ୍ୟରେ ସମସ୍ୟା ହେବ ନାହିଁ । ତେବେ ଯଦି କୌଣସି ଅଘଟଣ ଘଟେ, ସେତେବେଳର ସ୍ଥିତିକୁ ଦେଖି ସମସ୍ତଙ୍କ ସହଯୋଗରେ କାମ କରାଯିବ।

ନାଟମଣ୍ଡପ ବିମ୍ ଫାଟ ମରାମତି ପାଇଁ ଆଜି ରାତି ୩ଟାରୁ ଦ୍ୱାର  ଫିଟା ନୀତି ହୋଇଥିଲା। ଆଜି ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ପରେ ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏଁ ନାଟମମଣ୍ଡପ ମରାମତି କରିବ ଏଏସଆଇ। ତେଣୁ ଠାକୁରଙ୍କ ଆଗୁଆ ନୀତିକାନ୍ତି ସାରିବା ସହ କାମ ଚାଲୁଥିବାବେଳେ କୌଣସି ବଡ଼ ନୀତି ନରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବକ ନିଯୋଗ ସହ ଆଲୋଚନା ହୋଇଛି ।

ଦର୍ଶନ ମଧ୍ୟ କିଭଳି ସୁରୁଖୁରୁରେ ଚାଲିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନାଟମଣ୍ଡପ ମରାମତି ଚାଲୁଥିବାରୁ ଭକ୍ତମାନେ ଆଉ ପୂର୍ବଭଳି ଗୁରୁଡ଼ ସ୍ତମ୍ଭ ପଛପଟେ ଯାଇପାରିବେ ନାହିଁ। ବାହାର କାଠ ପାଖରୁ ଜାଲି ଦ୍ୱାରକୁ ଲାଇନରେ ଯିବେ, ସେଠୁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ସାରି ବେହରଣ ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ୭ଟା ପରେ ମରାମତି ସରିଲେ ସନ୍ଧ୍ୟା ଧୂପ ହୋଇ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ବଢ଼ାଇବାକୁ ସ୍ଥିର ହୋଇଛି ।

ad-week
Leave A Reply

Your email address will not be published.