ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରସାରିତ ହେବନି ‘ମନ୍ କି ବାତ୍’

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକସଭା ନିର୍ବାଚନ ଥିବାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏହି ପ୍ରୋଗ୍ରାମ ପ୍ରସାରିତ ହେବ ନାହିଁ। ଆଜି ରେଡିଓ କାର୍ଯ୍ୟକ୍ରମର ୧୧୦ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। 

ସେ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେଉଥିବାରୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଏହି ରେଡିଓ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ‘ମନ କି ବାତ୍’ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବରେ ସର୍ଟ୍ସ ମଧ୍ୟ ଶେଆର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମନ କି ବାକ୍ ତିନିମାସ ପାଇଁ ଅଟକି ଯାଇପାରେ, କିନ୍ତୁ ଦେଶର ସଫଳତା କେବେ ବି କିଛି ସମୟ ପାଇଁ ବନ୍ଦ ହେବ ନାହିଁ। ତେଣୁ ସମାଜ ତଥା ଦେଶର ସଫଳତାକୁ ସୋଶାଲ ମିଡିଆ ମାଧ୍ୟମରେ ‘ମନ କି ବାତ୍’ ହ୍ୟାସଟ୍ୟାଗ୍ ଦେଇ ପୋଷ୍ଟ କରି ରଖନ୍ତୁ।” 

ପ୍ରତି ମାସର ଶେଷ ରବିବାରରେ ‘ମନ କି ବାତ୍’ ପ୍ରସାରିତ ହୋଇଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ସଫଳ ବ୍ୟକ୍ତିତ୍ୱଙ୍କ ବାବଦରେ ଆଲୋଚନା କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତାଙ୍କୁ ପ୍ରଶଂସା କରିଥାନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟେ। 

ad-week
Leave A Reply

Your email address will not be published.