ବିଏସ୍‌ପି ଛାଡ଼ି ବିଜେପିରେ ଯୋଗ ଦେଲେ ସାଂସଦ ରିତେଶ ପାଣ୍ଡେ

add-all

ନୂଆଦିଲ୍ଲୀ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଆମ୍ବେଦକର ନଗର ଲୋକସଭା ସାଂସଦ ରିତେଶ ପାଣ୍ଡେ ରବିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।

ବିଏସପି ସୁପ୍ରିମୋ ମାୟାବତୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ ପାଣ୍ଡେ କହିଛନ୍ତି ଯେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଦଳକୁ ତାଙ୍କ ସେବାର ଆଉ ଆବଶ୍ୟକତା ନାହିଁ। କାରଣ ତାଙ୍କୁ ଦୀର୍ଘ ଦିନ ଧରି ଦଳର କୌଣସି ବୈଠକ ପାଇଁ ଡକା ଯାଇନାହିଁ କିମ୍ବା ଦଳୀୟ ନେତୃତ୍ୱ ତାଙ୍କ ସହ କଥା ହୋଇନାହାନ୍ତି।

‘ଦୀର୍ଘ ଦିନ ଧରି ନା ମୋତେ ଦଳୀୟ ବୈଠକରେ ଯୋଗ ଦେବାକୁ ଡକାଯାଉଛି ନା ଦଳୀୟ ନେତୃତ୍ୱ ମୋ ସହ କଥା ହୋଇଛନ୍ତି। ଆପଣ (ମାୟାବତୀ) ଏବଂ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗ କରି ଭେଟିବା ପାଇଁ ମୁଁ ଅନେକ ଚେଷ୍ଟା କରିଥିଲି କିନ୍ତୁ କୌଣସି ସୁଫଳ ମିଳି ନଥିଲା’ ବୋଲି ପାଣ୍ଡେ ତାଙ୍କ ଚିଠିରେ ଲେଖିଛନ୍ତି।

‘ଏହି ସମୟରେ ମୁଁ ମୋ ସଂସଦୀୟ ଅଞ୍ଚଳର ଅନ୍ୟ ଦଳର କର୍ମୀ ଓ ସମର୍ଥକଙ୍କୁ ଲଗାତାର ଭେଟିବା ସହ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ କାର୍ଯ୍ୟରେ ମଧ୍ୟ ସାମିଲ ରହିଥିଲି। ତେଣୁ, ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଦଳକୁ ଆଉ ମୋର ଆବଶ୍ୟକତା ନାହିଁ। ତେଣୁ ମୁଁ ଦଳରୁ ଇସ୍ତଫା ଦେଉଛି’ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.