ଛତ୍ରପୁର କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡିର କଲେ ବାହାଘର

add-all

ଛତ୍ରପୁର : ବିଜେଡ଼ି ଓ ବିଜେପି ଦଳ ଦୀର୍ଘ ୨୪ ବର୍ଷ ଭିତିରିଆ ସମ୍ପର୍କରେ ରହି ଲୋକଙ୍କୁ ଭୁଁଆ ବୁଲାଉଥିଲେ, ଉପରେ ଉପରେ ପରସ୍ପରକୁ ବିରୋଧ କରି ଭିତରେ ଏକ ହୋଇ ଦୁହେଁ ମିଶି ଓଡ଼ିଶାକୁ ଲୁଟି ଯେଉଁ ଅଭିନୟ ଚଲାଇ ଥିଲେ ଏହାକୁ ଆଜି ଛତ୍ରପୁର କଂଗ୍ରେସ ପକ୍ଷରୁବିଜେପି-ବିଜେଡ଼ି ବିବାହ କରାଇ ଉଭୟଙ୍କ ଚୋରା ପିରତିକୁ ଲୋକ ଲୋଚନକୁ ଆଣିଛି।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ସେଲ୍ ସଂଯୋଜକ ଭାଗିରଥି ବେହେରା ଙ୍କ ନେତୃତ୍ୱରେ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡି, ବରିଷ୍ଠ ନେତା ଗଣପତି ବାରିକ, କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଯୁବ କଂଗେସ ମିଡ଼ିଆ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗେସ ସଭାପତି ଚକ୍ରପାଣି ପଲେଇ, ହୃଷିକେଶ ବେହେରା, ମୁନା ଦାସ, ପିସିସି ସଭ୍ୟ ବିପ୍ର ପ୍ରଧାନ,ପିସିସି ସଭ୍ୟ ଭବାନୀ ବେହେରା, ଆଇନଜୀବୀ ବାବୁ ନାହାକ, ସୁଜ୍ଞାନି ପଟ୍ଟନାୟକ, କୁନି ନାୟକ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.