ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ

add-all

ଫୁଲବାଣୀ : ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ୧୬ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଥିବା ସୃଜନଶୀଳ ମନୋଭାବର ବିକାଶରେ ଅଭିଭାବକ ଓ ଶିକ୍ଷକ ସମାଜର ଗୁରୁ ଦାୟିତ୍ବ ରହିଥିବା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଅତିରିକ୍ତ ବ୍ଳକ୍‌ ଶିକ୍ଷାଅଧିକାରୀ ଅମୂଲ୍ୟ କୁମାର ଜେନା ପିଲାଙ୍କ ପାଇଁ ଶୈକ୍ଷିକ ବାତାବରଣ ସୃଷ୍ଠି ଦିଗରେ ମୋବାଇଲ ଫୋନ୍‌ର କୁପ୍ରଭାବ ସମ୍ପର୍କରେ ଅଭିଭାବକଙ୍କୁ ସତର୍କ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବରିଷ୍ଠ ଆଇନଜୀବୀ ତଥା ଅନୁଷ୍ଠାନ ସଭାପତି ବିଜୟକୃଷ୍ଣ ପଟ୍ଟନାୟକ ଅଭିଭାବଜ ଶିଶୁଙ୍କ ସହ ଅଧିକ ଆଳାପ କରିବା ସହ ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ଆବଶ୍ଯକ ବୋଲି ମତ ପ୍ରକାଶ କରିଥିଲେ। ସଂପାଦକ ଶରତଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଉପସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ।ଉକ୍ତ ଦିନ ୧୧ ଘଣ୍ଟିକାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌,ନୃତ୍ଯ,ସଂଗୀତ ପ୍ରତିଯୋଗିତା ସହ ଅଭିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସର୍ବଶ୍ରୀ ସଂଗ୍ରାମ ସିଂ ପଟ୍ଟନାୟକ,ପ୍ରଭାତ ଦାସ୍‌, ସଚ୍ଚିଦାନନ୍ଦ ମହାପାତ୍ର, ପ୍ରସନ୍ନ ବିଷୋୟୀ,ବିପିନ୍‌ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର, ସନାତନ ମିଶ୍ର, ଶରତ ପଟ୍ଟନାୟକ, ଶଶୀଭୂଷଣ ପ୍ରଧାନ, ଗୋପୀନାଥ ରାଉତ, ଶିବପ୍ରସାଦ ଓ ବାଦ୍ୟଯନ୍ତ୍ର ବିଶାରଦ ମନୋଜ କୁମାରଙ୍କ ସହ ଅନେକ ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ ହୋଇଥିଲା।ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ବେଶ୍‌ ଚିତାକର୍ଷକ ହୋଇଥିଲା।

ad-week
Leave A Reply

Your email address will not be published.