ଶିକ୍ଷକସମାଜ ସଂସ୍କାରକ ଓ ମାର୍ଗ ଦର୍ଶକ ଭାବେ କାର୍ଯ୍ୟ କରିଥାନ୍ତି

add-all

ଫୁଲବାଣୀ: ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସଭାଗୃହ ଠାରେ ଅଦ୍ୟ ତା ୨୫.୨.୨୦୨୪ ରିଖ ରବିବାର ଦିନ ଫୁଲବାଣୀ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସମନ୍ୱୟ ତରଫରୁ ୨୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର,ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା,ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଧନେଶ୍ୱର କଂହର, ସମ୍ମାନିତ ଅତିଥି, ସନ୍ତୋଷ କୁମାର ଦିଗାଲ, ରାଧାନାଥ ସାହୁ, ଦିନେଶ ବେହେରା, ଦନାର୍ଦନ ମିଶ୍ର, ସରୋଜ ସେଠି, ଅନଙ୍ଗ କୁମାର ଦେହୁରୀ, ପ୍ରଦୀପ କୁମାର ମହାନ୍ତି,ଶ୍ରୀମତୀ କଳ୍ପନା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଶିକ୍ଷକ ସମାଜର ମୂଳ ଦୁଆ, ବିଦାୟୀ ଶିକ୍ଷକ ମାନଙ୍କର ଅବଦାନ ସମାଜକୁ ଅବର୍ଣ୍ଣନୀୟ, ଶିକ୍ଷକ ସମାଜ ସଂସ୍କାରକ ଓ ମାର୍ଗ ଦର୍ଶକ ଭାବେ କାର୍ଯ୍ୟ କରିଥାନ୍ତି । ଫୁଲବାଣୀ ମିଳିତ ଶିକ୍ଷକ ସଙ୍ଘ ର କର୍ମଚାରୀ ସମନ୍ୱୟ ତରଫରୁ ସଭାପତି ଦିନେଶ କୁମାର ବେହେରା ଏହି ସମ୍ବର୍ଦ୍ଧନା ଆୟୋଜନ କରିଥିଲେ। ଅବସର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ,ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୦୦ ଜଣ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ରହି ଅବସର ନେଇଥିବା ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଶ୍ରୀ ଚୈତନ୍ୟ ସାହୁ,ଅଚ୍ୟୁତ ଦାଶ, ମହେଶ୍ୱର ହାଲି, ବିଜୟ।ନନ୍ଦ ଦାଶ, ରବି ନାରାୟଣ ତ୍ରିପାଠୀ, ବସନ୍ତ କୁମାର ବେହେରାଙ୍କ ସମେତ ଅନେକ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.