ଚିକିଟୀଠାରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ

add-all

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଦର୍ଶ କଲୋନୀ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଏସ୍ଡ଼ିପିଓ ସୁଜିତ କୁମାର ନାୟକ, ବ୍ରହ୍ମପୁର ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ, ଓଡ଼ିଶା ବେଇଟ ଲିଫଟିଂ ଆସୋସିଏସନ ଉପସଭାପତି ରମେଶ ଚନ୍ଦ୍ର ପାଢ଼ୀ, ବେଇଟ ଲିଫଟିଂ କୋଚ ଦାମିନୀ କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ପରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଗହଣରେ ସ୍ଥାନୀୟ ଅଧ୍ୟକ୍ଷା ଫଳକକୁ ଉଦ୍ଘାଟନ କରି ଷ୍ଟାଡିୟମ ଓ ଜିମ ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମ ରେ କୁର୍ତ୍ତ ବିଭାଗ ଏସ୍ଡ଼ିଓ ଧୀରେନ୍ଦ୍ର କୁମାର ଖୁରା, କନିଷ୍ଟ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସମାଜସେବୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ସୁରେନ୍ଦ୍ର ମଣ୍ଡଳ, ରଘୁନନ୍ଦନ ସାହୁ, ସଦାନନ୍ଦ ସାହୁ, କୋୖଳାଶ ମହାନ୍ତି, ଧର୍ମା ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ପାତ୍ର, କିଷାନ ସୁବୁଦ୍ଧି, ସମୀର ପାଢ଼ୀ ପରିଷଦର ସମସ୍ତ କାଉନ୍ସିଲର ଓ ଅଫିସ କର୍ମଚାରୀ ଏବଂ ଖେଳାଳି ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.